ତିହିଡ଼ି, ୨୬.୧୧: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ସମ୍ବିଧାନ ରକ୍ଷା ମାର୍ଚ୍ଚ ଓ ଚୌପାଲ ସଭା କମାରିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୋଟ ରକ୍ଷକ ଅଭିଯାନ ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ ନାରାଦେଇ ତିହିଡ଼ି ପୁରୁଣା ହାଟ ଠାରୁ କଂଗ୍ରେସ ପକ୍ଷରୁ ଏକ ବିଶାଳ ସଭାଯାତ୍ରା ବାହାରିଥିଲା । ଏଥିରେ ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇ ଡବଲ୍ ଇଞ୍ଜିନ ସରକାର ବିରୋଧରେ ସ୍ଲୋଗାନ୍ ଦେଇଥିଲେ । ଶୋଭାଯାତ୍ରା କମାରିଆ ଠାରେ ପହଞ୍ôଚବା ପରେ ତିହିଡ଼ି ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସଙ୍କ ସ୍ୱାଗତରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପିସିସି ଉପସଭାପତି ଜିଆଉଲ୍ ହକ, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ଜିଲ୍ଲା ପର୍ଯ୍ୟବେକ୍ଷକ ଚାନ୍ଦବାଲି ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ, ଦିଗମ୍ବର ଦାସ, ନାରୀନେତ୍ରୀ ମଧୁମିତା ସେଠୀ, ଦେବେନ୍ଦ୍ର ମହାନ୍ତି ଓ ପୂର୍ବତନ ସରପଞ୍ଚ ମୀନକେତନ ସେନାପତି ପ୍ରମୁଖ ଯୋଗଦେଇ କର୍ମୀ ଓ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ବକ୍ତାମାନେ ନିଜ ନିଜ ଅଭିଭାଷଣରେ ଦେଶର ସମ୍ବିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଥିବା ଏବଂ ନିର୍ବାଚନରେ ଭୋଟ ଚୋରି ହେଉଥିବା ଅଭିଯୋଗ ଉଠାଇଥିଲେ । ପ୍ରତ୍ୟେକ ନାଗରିକଙ୍କ ମତଦାନ ଅଧିକାର ସୁରକ୍ଷିତ ରହିବା ସହ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା, ଭୋଟର ତାଲିକାରେ ସ୍ୱଚ୍ଛତା ଏବଂ ନିର୍ବାଚନ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା । ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟର ମୂଲ୍ୟ ସମାନ ଏବଂ ଜନସାଧାରଣଙ୍କ ମତ ହିଁ ଦେଶର ଶାସନ ବ୍ୟବସ୍ଥାକୁ ଦିଗଦର୍ଶନ ଦେଇଥାଏ । ତେଣୁ ନିଜ ମତଦାନ ଅଧିକାର ପ୍ରତି ସଚେତନ ରହିବା ସହ ସମ୍ବିଧାନର ମୂଳ ଆଦର୍ଶ, ନାଗରିକ ଅଧିକାର ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଅଭିଯାନରେ ଆହ୍ୱାନ ଦିଆଯାଇଥିଲା । ସିନ୍ଦୋଳ ପଞ୍ଚାୟତ ସଭାପତି କରୁଣାକର ନାୟକ, ଦୀପକ ଦାସ, ଗୋରାବାବୁ ସାହା, ସୌମ୍ୟଗୋପାଳ ନାୟକ, ବିପିନ ବିହାରୀ ପତି, ନାରାୟଣ ଜେନା, କାଳନ୍ଦି ମହାପାତ୍ର, ଶିବ ପ୍ରସାଦ ମଳିକ, ସୁବାଶ ସାହୁ, ବିଶ୍ୱନାଥ ବାରିକ, ସୁରେନ୍ଦ୍ର ସାହୁ, ସେକ୍ ଅବଦୁଲ୍ଲା, ଚିନ୍ତାମଣି ସାହୁ, ଗୟାଧର ନାୟକ, ଚକ୍ରଧର ନାୟକ, ନାରାୟଣ ମଲ୍ଲିକ, ବଳରାମ ମଲ୍ଲିକ, ସେକ୍ ଅଜିତ୍, ଅନିଲ ଖାଁ, ମୃତ୍ୟୁଞ୍ଜୟ ମଲ୍ଲିକ, ଚୁଇଁଆ ନାୟକ, ଶ୍ରଧାପ୍ରକାଶ ନାୟକ, ଅବଦୁଲ ସାହା, ଆଲ୍ଲାଉଦ୍ଦିନ୍ ସାହା, ପ୍ରକାଶ ନାୟକ, ଚଗୁଲୁ ନାୟକ, ଦିକାକର କରଣ, ଅରୁଣୀ ବଳ, ସୌମେନ୍ଦ୍ର ଦାସ,
ଏହି କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

