ନୂଆଦିଲ୍ଲୀ : ଥାଇଲାଣ୍ଡର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଫୁକେଟର ପାଟୋଙ୍ଗ ରେ ଭୟଙ୍କର ଅଗ୍ନିକାଣ୍ଡ । ଫୁକେଟର ପର୍ଯ୍ୟଟନ ସ୍ଥଳରେ ଏକ କର୍ମସିଆଲ ବିଲିଡିଂରେ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୬ ଜଣ ଆହତ ହୋଇଛନ୍ତି । ଏହି କୋଠାରେ ପର୍ଯ୍ୟଟକଙ୍କ ଦିଆଯାଉଥିବା ଗାଡି ବ୍ୟବସାୟ କରାଯାଉଥିଲା । ଶୋଇଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲା । ଖବର ପାଇଁ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିୟନ୍ତ୍ରଣ କରିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା ।
ଖବର ମୁତାବକ, ଭୋର ପ୍ରାୟ ୩:୨୦ ସମୟରେ ନିଆଁ ଲାଗିଥିଲା । ଫାଙ୍ଗ ମୁଆଙ୍ଗ ସାଇ କୋର ରୋଡ ସ୍ଥିତ ଏକ କର୍ମସିଆଲ ବିଲିଡିଂରେ ନିଆଁ ଲାଗିଥିଲା । ଦେଖୁ ଦେଖୁ ନିଆଁ ତୁରନ୍ତ ଚାରିଆଡେ ବ୍ୟାପି ଯାଇଥିଲା । ଆହତଙ୍କ ମଧ୍ୟରେ ଅନେକ ଥାଇ ନାଗରିକ ଏବଂ ଜଣେ ମିଆଁମାରର ଥିଲେ । ମୃତକ କିମ୍ବା ଆହତଙ୍କ ମଧ୍ୟରେ କୌଣସି ପର୍ଯ୍ୟଟକ ନଥିଲେ। ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡିନାହିଁ । ଖବର ପାଇଁ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୨ ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲା । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ନିଆଁ ଲାଗିବାର କାରଣ ଖୋଜୁଛି ।
ପାଟୋଙ୍ଗ ମ୍ୟୁନିସିପାଲିଟିର ଡେପୁଟି ମେୟରଙ୍କ ଅନୁଯାୟୀ, ଅଗ୍ନିକାଣ୍ଡ ପ୍ରଥମ ମହଲାରୁ ଆରମ୍ଭ ହୋଇଥିଲା, ଯେଉଁଥିରେ ୧୦୦ରୁ ଅଧିକ ମୋଟରସାଇକେଲରେ ନିଆଁ ଲାଗିଥିଲା ଏବଂ ଶୀଘ୍ର ଉପରକୁ ବ୍ୟାପି ଯାଇଥିଲା । ଫଳରେ ଉପର ମହଲାରେ ରହୁଥିବା ଲୋକ ଫସି ଯାଇଥିଲେ । ୧୧ ଜଣଙ୍କ ମଧ୍ୟରୁ ଅଧିକାଂଶ ଧୂଆଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ ।

