ନୂଆପଡ଼ା : ସୁନାବେଡ଼ା ଘାଟି ରାସ୍ତାରେ ବୁଲୁଛି କଲରାପତରିଆ । ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟ ମୁଖ୍ୟ ରାସ୍ତାରେ ବାଘ ଆତଙ୍କ । ସୁନାବେଡ଼ା ଘାଟିରେ କଲରାପତରିଆ ବାଘ । କଲରାପତରିଆ ବାଘର ଭିଡିଓ ଭାଇରାଲ । ମୁଖ୍ୟ ରାସ୍ତାରେ ବୁଲୁଛି କଲରାପତରିଆ ବାଘ, ଭୟଭୀତ ଅଞ୍ଚଳବାସୀ । ଜାମଗାଁ ଘାଟି ରାସ୍ତାରେ ଦେଖାଗଲା କଲରାପତରିଆ । ରାତି ଅଧରେ ଜାମଗାଁ-ସୁନାବେଡ଼ା ରାସ୍ତାରେ ବୁଲୁଥିଲା ବାଘ । ମୋବାଇଲରେ କଏଦ ହେଲା ଦୃଶ୍ୟ ।
ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟ ମୂଖ୍ୟ ରାସ୍ତାରେ ବୁଲୁଛି ବାଘ । ଗତକାଲି ରାତିରେ ସୁନାବେଡ଼ାର କିଛି ଲୋକ ଗାଁକୁ ଫେରୁଥିବା ବେଳେ ଜାମଗାଁ- ସୁନାବେଡ଼ା ମୁଖ୍ୟ ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ । ସେମାନେ ବାଘର ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି । ବାଘର ଫଟୋ ସାମ୍ନାକୁ ଆସିବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
ଏହି ରାସ୍ତା ଦେଇ ଯାତାୟତ କରିବାକୁ ଲୋକେ ଭୟ କରୁଛନ୍ତି । ଅପରପକ୍ଷରେ ସୁନାବେଡ଼ା ଅଭୟାରଣ୍ୟ ବନ୍ୟଜନ୍ତୁ ଵିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ସତର୍କତାର ସହ ଯାତାୟତ କରିବାକୁ ସ୍ଥାନୀୟ ଲୋକଙ୍କୁ ସଚେତନ କରୁଛନ୍ତି ।

