ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ଓ ଭିତ୍ତିଭୂମି ସୁଦୃଢ଼ୀକରଣକୁ ପ୍ରାଥମିକତା ଦେଇ ବୁଆଁଳ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ୬୫ ଲକ୍ଷ ୪୯ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ୧୫ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶ ଲକ୍ଷ୍ୟକୁ ଆଗେଇ ନେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା,

ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ ହାତକୁ ନିଆଯାଇଛି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ଅନ୍ତର୍ଗତ ୬ ଲକ୍ଷ ଟଙ୍କା ବ୍ୟୟରେ ଅଟଳ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ସେହିପରି ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା

ଅନ୍ତର୍ଗତ ନୂଆପୁର ସିନ୍ଧିଆସ୍ଥିତ ଗିରିଧାରୀ ଜୀଉଙ୍କ ପାଇଁ ୬ ଲକ୍ଷ ଟଙ୍କା, ସିନ୍ଧିଆ ବୁଢ଼ା ମହାଦେବ ମନ୍ଦିର ପ୍ରାଙ୍ଗଣରେ ଭବ୍ୟ ମଣ୍ଡପ ନିର୍ମାଣ ପାଇଁ ୪ ଲକ୍ଷ ୯୦ ହଜାର ଟଙ୍କା, କୁଡ଼ିଆରେ ସୋଲାର ଲାଇଟ ଘରଠାରୁ ଟୁଟୁ ମହାନ୍ତିଙ୍କ ଘର ପର୍ଯ୍ୟନ୍ତ ରାସ୍ତା ପାଇଁ ୫ ଲକ୍ଷ ଟଙ୍କା ଏବଂ ହରିହାଟ ମଣ୍ଡପ ଛକଠାରୁ ହରିମନ ସେଠୀଙ୍କ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ବ୍ୟୟ ହେବ।

ଏହାବ୍ୟତୀତ ମା’ ବାସୁଳି କମ୍ୟୁନିଟି ସେଣ୍ଟର ପାଇଁ ୪ ଲକ୍ଷ ୫୦ ହଜାର ଟଙ୍କା, ବୁଆଁଳ ନାଥସାହି ଛକରେ ସାଇ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ୫୦ ହଜାର ଟଙ୍କା, ବୁଆଁଳ ରାଧାକୃଷ୍ଣ କମ୍ୟୁନିଟି ସେଣ୍ଟର ପାଇଁ ୪ ଲକ୍ଷ ୯୯ ହଜାର ୨୫୬ ଟଙ୍କା ଏବଂ ଦୀପାପାଳ ମା’ ଥାନେଶ୍ୱରୀ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଅନୁରୂପ ଭାବେ ଏଫ୍ଡିଆର୍ ୨୦୨୬-୨୭ ଓ ଭିବି ଜୀ-ରାମ-ଜୀ ଯୋଜନା ଅଧୀନରେ ଅଙ୍କରା ଗଡ଼ିଆ ଛକଠାରୁ ପ୍ରବୀର ବାରିକଙ୍କ ଘର ପର୍ଯ୍ୟନ୍ତ ରାସ୍ତାର ମରାମତି ଓ ପୁନରୁଦ୍ଧାର, ମୁନା ପାଣିଙ୍କ ଘରଠାରୁ ବିଶ୍ୱାଳ ସାହି ପର୍ଯ୍ୟନ୍ତ ରାସ୍ତା, ଲକ୍ଷ୍ମୀ ନାରାୟଣ ବିଦ୍ୟାଳୟଠାରୁ ବିନ୍ଧାଣି ସାହି ଛକ ପର୍ଯ୍ୟନ୍ତ ରାସ୍ତା,

ବେଲବାରିଆ ଟ୍ୟୁବୱେଲ ଛକଠାରୁ କ୍ଲବ ଛକ ପର୍ଯ୍ୟନ୍ତ ରାସ୍ତା ଏବଂ ବାଇଧର ବାରିକଙ୍କ ଘରଠାରୁ ଡିପ୍ ଟ୍ୟୁବୱେଲ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିମନ୍ତେ ପ୍ରତ୍ୟେକ ପ୍ରକଳ୍ପ ପାଇଁ ୩ ଲକ୍ଷ ୭୦ ହଜାର ଟଙ୍କା ଲେଖାଏଁ ବ୍ୟୟ ଅଟକଳ କରାଯାଇଛି। ଏଥିସହିତ ୨ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ମା’ କାଳୀକା କମ୍ୟୁନିଟି ସେଣ୍ଟର ନିର୍ମାଣର ଶିଳାନ୍ୟାସ ମଧ୍ୟ କରାଯାଇଛି। ଗାଁର ବିକାଶ ହିଁ ବିକଶିତ ଓଡ଼ିଶାର ମୂଳଦୁଆ।

ପ୍ରତ୍ୟେକ ଗ୍ରାମରେ ଉନ୍ନତ ରାସ୍ତା, ସାମାଜିକ ଓ ସାଂସ୍କୃତିକ ଭିତ୍ତିଭୂମି ସୃଷ୍ଟି କରିବା ସହ ଲୋକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ବୁଆଁଳ ପଞ୍ଚାୟତର ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଜନସାଧାରଣଙ୍କ ଗମନାଗମନ, ସାମାଜିକ ସମାବେଶ ଓ ଧାର୍ମିକ-ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନୂତନ ସୁବିଧା ସୃଷ୍ଟି କରିବ ବୋଲି ବିଧାୟକ ଶ୍ରୀ ଦତ୍ତ ମତପ୍ରକାଶ କରିଛନ୍ତି।

ପ୍ରକଳ୍ପଗୁଡ଼ିକର ଗୁଣବତ୍ତା ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ଉପରେ ବିଧାୟକ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ଜିତେନ ଜେନା, ସମିତି ସଭ୍ୟ ମାୟାଧର ମହାଳିକ, ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, କାହ୍ନୁ ମହାଳିକ, ଶ୍ରୀକାନ୍ତ ମହାପାତ୍ର, କାର୍ତ୍ତିକ ରାଉତ, ରାଜେନ୍ଦ୍ର ଚାଟାର୍ଜୀ, ସୁଶାନ୍ତ ମହାପାତ୍ର, ମୁରଲୀ ମହାପାତ୍ର, ପ୍ରମୋଦ ସିଂ, ଗଜେନ୍ଦ୍ର ଜେନା, ଜୟନ୍ତୀ ପଣ୍ଡା, ଶଶିକାନ୍ତ ବାରିକ, ବେଣୁଧର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

