ରାଜ୍ୟ

୧୨ ଦିନ ପରେ ବାୟୁସେନାରୁ ବିଦାୟ ନେବ ମିଗ୍-୨୧, ସ୍ୱତନ୍ତ୍ର ବିଦାୟ ପାଇଁ ପ୍ରସ୍ତୁତି, ବାୟୁସେନା ଜାରି କଲା ଭାବପ୍ରବଣ ଭିଡିଓ

Spread the love

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସବୁଠାରୁ ଦୀର୍ଘ ସେବା ପ୍ରଦାନକାରୀ ଲଢ଼ୁଆ ବିମାନ, ମିଗ୍-୨୧, ଏବେ ମାତ୍ର ୧୨ ଦିନ ମଧ୍ୟରେ ଆନୁଷ୍ଠାନିକ ଭାବରେ ଅବସର ଗ୍ରହଣ କରିବାକୁ ଯାଉଛି। ୬୨ ବର୍ଷର ଗୌରବମୟ ସେବା ପରେ, ଏହି ବିମାନ ସେପ୍ଟେମ୍ବର ୨୬ ତାରିଖରେ ଚଣ୍ଡିଗଡ଼ରେ ଶେଷ ଉଡ଼ାଣ କରିବ।

ଗ୍-୨୧ର ବିଦାୟର ଏହି ଐତିହାସିକ ମୁହୂର୍ତ୍ତକୁ ସ୍ୱତନ୍ତ୍ର କରିବା ପାଇଁ, ବାୟୁସେନା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ଯେଉଁଥିରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବଂ ବାୟୁସେନା ମୁଖ୍ୟ ମଧ୍ୟ ଉପସ୍ଥିତ ରହିବେ।

ମିଗ୍-୨୧ ଭାରତୀୟ ବାୟୁସେନାର ପ୍ରଥମ ସୁପରସୋନିକ୍ ଲଢୁଆ ବିମାନ। ଏହା ୧୯୬୫ ଏବଂ ୧୯୭୧ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ବିମାନ ପାକିସ୍ତାନର ଅନେକ ଆକ୍ରମଣକୁ ବିଫଳ କରିଥିଲା ​​ଏବଂ ଭାରତୀୟ ସାମରିକ ଶକ୍ତିର ପ୍ରତୀକ ପାଲଟିଥିଲା। ବର୍ତ୍ତମାନ ଏହାକୁ ସେହି ସ୍ଥାନରୁ ଅନ୍ତିମ ବିଦାୟ ଦିଆଯାଉଛି ଯେଉଁଠାରୁ ଏହା ପ୍ରାୟ ଛଅ ଦଶନ୍ଧି ପୂର୍ବେ ବାୟୁସେନାରେ ଯୋଗ ଦେଇଥିଲା।


୨୦୧୯ ମସିହାରେ ଯେତେବେଳେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଏହି ବିମାନ ସାହାଯ୍ୟରେ ଏକ ପାକିସ୍ତାନୀ ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ସେତେବେଳେର ମିଗ୍-୨୧ର ସ୍ମୃତି ଏବେ ବି ଲୋକଙ୍କ ମନରେ ତାଜା ହୋଇ ରହିଛି। ଏହି ସାହସିକ କାର୍ଯ୍ୟ ପୁଣି ଥରେ ବିଶ୍ୱକୁ ମିଗ୍-୨୧ର କ୍ଷମତା ଏବଂ ଭାରତର ବାୟୁ ଶକ୍ତିକୁ ଅନୁଭବ କରାଇଥିଲା।

Leave a Reply

Your email address will not be published. Required fields are marked *