ଭୁବନେଶ୍ୱର, ସେପ୍ଟେମ୍ବର ୨୧, ୨୦୨୬
ଚକ୍ରଧରପୁର ମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ନିର୍ଦ୍ଧାରିତ ତାରିଖଗୁଡ଼ିକରେ କେତେକ ଟ୍ରେନର ଚଳାଚଳରେ ପରିବର୍ତ୍ତନ କରାଯାଇଛି।
ନିମ୍ନଲିଖିତ ଟ୍ରେନ ଗୁଡ଼ିକ ବାତିଲ ରହିବ:
ଟ୍ରେନ୍ ନଂ ୧୮୩୦୯ ସମ୍ବଲପୁର -ଜାମ୍ମୁ ତୱି ସେପ୍ଟେମ୍ବର ୨୨, ୨୪ ଏବଂ ୨୬ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୧୮୩୧୦ ଜମ୍ମୁ ତୱି-ସମ୍ବଲପୁର ସେପ୍ଟେମ୍ବର ୨୫, ୨୭ ଏବଂ ୨୯ ତାରିଖରେ ବାତିଲ ରହିବ।
ସେହିପରି, ଟ୍ରେନ ନଂ ୨୨୮୬୧ ହାୱାଡ଼ା – କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ସେପ୍ଟେମ୍ବର ୨୫, ୨୭, ୨୯ ଏବଂ ଅକ୍ଟୋବର ୧ ଓ ୨ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୨୨୮୬୨ କଣ୍ଟାବାଞ୍ଜି- ହାୱାଡ଼ା ଇସ୍ପାତ ଏକ୍ସପ୍ରେସ ସେପ୍ଟେମ୍ବର ୨୬, ୨୮, ୩୦ ଏବଂ ଅକ୍ଟୋବର ୨ ଓ ୩ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୧୨୮୭୧ ହାୱାଡ଼ା- ଜୁନାଗଡ଼ ରୋଡ୍ ସେପ୍ଟେମ୍ବର ୨୬, ୨୮ ଏବଂ ୩୦ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୧୨୮୭୨ ଜୁନାଗଡ଼ ରୋଡ୍- ହାୱାଡ଼ା ସେପ୍ଟେମ୍ବର ୨୭, ୨୯ ଏବଂ ଅକ୍ଟୋବର ୧ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୧୫୦୨୮ ଗୋରଖପୁର-ସମ୍ବଲପୁର ମୌର୍ଯ୍ୟ ଏକ୍ସପ୍ରେସ ଅକ୍ଟୋବର ୧ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୧୫୦୨୭ ସମ୍ବଲପୁର – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ ଅକ୍ଟୋବର ୩ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୧୮୪୫୨/୧୮୪୫୧ ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ଉଭୟ ପଟୁ ଅକ୍ଟୋବର ୨ ତାରିଖରେ ବାତିଲ ରହିବ।
ଟ୍ରେନ ପଥ ପରିବର୍ତ୍ତନ
ନିମ୍ନଲିଖିତ ଟ୍ରେନ ଗୁଡ଼ିକ ଅସ୍ଥାୟୀ ଭାବେ ପରିବର୍ତ୍ତିତ ମାର୍ଗ (ଡାଇଭର୍ସନ) ଦେଇ ଚଳାଚଳ କରିବ :
ଟ୍ରେନ ନଂ ୨୦୮୧୮ ନୂଆଦିଲ୍ଲୀ- ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସେପ୍ଟେମ୍ବର ୨୭, ୨୦୨୬ରେ ଯାତ୍ରା ଆରମ୍ଭ କରିବାକୁ ଥିବା ଏହି ଟ୍ରେନ୍ଟି ଏହାର ପୂର୍ବ ନିର୍ଦ୍ଧାରିତ ପଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କସନ୍-ଗୋମୋ-ଆନାରା-ପୁରୁଲିଆ ଜଙ୍କସନ୍-ଚାଣ୍ଡିଲ ଜଙ୍କସନ୍-ଚକ୍ରଧରପୁର- ରାଉରକେଲା-ଝାରସୁଗୁଡ଼ା-କଟକ ବଦଳରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କସନ୍–ଗୋମୋ–ଆଦ୍ରା–ମେଦିନୀପୁର–ହିଜଳୀ–ଭଦ୍ରକ–କଟକ ଦେଇ ଚଳାଚଳ କରିବ ।
ସେହିପରି, ଟ୍ରେନ ନଂ ୧୮୪୭୭ ପୁରୀ–ଯୋଗ ନଗରୀ ଋଷିକେଶ ଉତ୍କଳ ଏକ୍ସପ୍ରେସ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧, ୨୦୨୬ରେ ଯାତ୍ରା ଆରମ୍ଭ କରିବାକୁ ଥିବା ଏହି ଟ୍ରେନଟି ଏହାର ପୂର୍ବ ନିର୍ଦ୍ଧାରିତ ପଥ କଟକ-ଭଦ୍ରକ-ହିଜଳୀ-ଟାଟାନଗର-ରାଉରକେଲା-ଝାରସୁଗୁଡ଼ା- ଇବ୍ ବଦଳରେ କଟକ–ସମ୍ବଲପୁର ସିଟି–ଝାରସୁଗୁଡ଼ା ରୋଡ଼–ଇବ୍ ଦେଇ ଚଳାଚଳ କରିବ ।
ଯାତ୍ରୀମାନଙ୍କୁ ଉପରୋକ୍ତ ପରିବର୍ତ୍ତନଗୁଡ଼ିକ ଧ୍ୟାନରେ ରଖି ନିଜ ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍ର ଅଧିକ ସୂଚନା ପାଇଁ ଯାତ୍ରୀମାନେ ନ୍ୟାସନାଲ୍ ଟ୍ରେନ ଏନ୍କ୍ୱାରି ସିଷ୍ଟମ୍ (NTES) କିମ୍ବା ଅଧିକୃତ ରେଳ ଅନୁସନ୍ଧାନ ସେବା ବ୍ୟବହାର କରିପାରିବେ।

