ତିହିଡ଼ି, ୨୧.୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ନୂତନ କରି ବାବା ମୁକ୍ତେଶ୍ୱର କଳାକାର ସେବା ସଂଘ ସରକାରୀ ସ୍ତରରେ ପଞ୍ଜିକୃତ ହେବା ସହିତ କାର୍ଯର୍କର୍ତ୍ତା ମନୋନୀତ ହୋଇ ଯାଇଛି । ୨୦୧୨ ମସିହା ଠାରୁ ଏହି ସଂଘର ଅୟମାରମ୍ଭ ହୋଇଥିଲା ଏବଂ ବିଭିନ୍ନ ଘାତପ୍ରତିଘାତ ଅତିକ୍ରମ କରିବା ପରେ ସଂପ୍ରତି ଏହା ସରକାରୀ ସ୍ତରରେ ପଞ୍ଜିକୃତ ହୋଇଛି । ଏହି ସଂଘରେ ଭଜନ, ସଂକୀର୍ତ୍ତନ, ପାଲା, ଘୋଡାନାଚ, ପାଟୁଆ ନାଚ ଓ ଅନ୍ୟାନ୍ୟ ଲୋକକଳା ଅନ୍ତର୍ଭୁକ୍ତ ହୋଇଛି । ଏକ ସୁସଂଘଠିତ ଭାବେ ଏହା ଗଠନ କରାଯାଇଛି ଏବଂ ବ୍ଲକର କଳାକାର ମାନ୍ୟତା ପାଇବାରୁ ବଞ୍ôଚତ ହୋଇଥିବା ବ୍ୟକ୍ତି ଏଥିରେ ସାମିଲ ହୋଇ ସରକାରଙ୍କ ସମସ୍ତ ସୁବିଧା ପାଇବା ପାଇଁ ଆଗେଇ ଆସିବା ଲାଗି ଆହ୍ୱାନ ଦିଆ ଯାଇଛି । ତିହିଡି କାଳୀପଡିଆ ନିକଟରେ ଏହାର କାର୍ଯ୍ୟାଳୟ ସ୍ଥାପିତ ହୋଇଛି । କାର୍ଯ୍ୟାଳୟ ଉଦ୍ଘାଟନୀ ଉତ୍ସବରେ ସ୍ଥାୟୀ ସଭାପତି ମନୋରଞ୍ଜନ ଦାସ(ଦୁଃଖ ନନା) ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱରର ବିଶିଷ୍ଟ କଳାକାର ସତ୍ୟବ୍ରତ ଜେନା, ସମ୍ମାନୀତ ଅତିଥିଭାବେ ଆଇନ୍ଜୀବି ନିରାକାର ବେହେରା, ଉପଦେଷ୍ଟାଭାବେ ଆଚାର୍ଯ୍ୟ ରତ୍ନାକାର କୁଅଁର, ହରେକୃଷ୍ଣ ଯେନା, ମୁକ୍ତିକାନ୍ତ ନାୟକ ଓ ଶଙ୍କର୍ଷଣ ଦାସଙ୍କ ସମେତ ବିଭିନ୍ନ ଅଞ୍ଚଳରୁ କଳାକାରମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରତିକାନ୍ତ ପଣ୍ଡା, ଲକ୍ଷ୍ମୀଧର ଦାସ, ରବିନ୍ଦ୍ର ରାଉତ, ଖଗେଶ୍ୱର ଯେନା, ସରୋଜ ବେହେରା, ଭଗବାନ ବେହେରା, ସୁବାଶ ନାୟକ, ସୁରେନ୍ଦ୍ର ନାୟକ, ସ୍ୱର୍ଣ୍ଣଲତା ନାୟକ, ଭଜଗୋବିନ୍ଦ ନାୟକ, ଶରତ ମହାକୁଡ, ଶରତ ବେହେରା, ଚକ୍ରଧର ନାୟକ, ଅଜୟ ମହାଳିକ, ବିଦ୍ୟୁତଲତା ଦାସ, ନାରଣ ସାହୁ, ରାମକୃଷ୍ଣ ସାହାଣୀ, ଦୀନବନ୍ଧୁ ମାଝୀ, ରମେଶ ଦାସ, ବୁଦ୍ଧିରାମ ଯେନା, ଅନନ୍ତ ମହାଳିକ, କାଳନ୍ଦି ମହାଳିକ, ପ୍ରଶାନ୍ତ ମହାଳିକ, ବିଜୟ ଭୂଇଁଆ, ଗଣେଶ ପ୍ରସାଦ ରାଉତ, ରବିନ୍ଦ୍ର ସେଠୀ, ଉଦ୍ଧବ ଚରଣ ଦାସ, ଅନନ୍ତ ପ୍ରସାଦ ପ୍ରଧାନ ଓ ବିଷ୍ଣୁମୋହନ ମଳିକଙ୍କ ସମେତ ଶତାଧିକ କଳାକାର ଉପସ୍ଥିତ ଥିଲେ । ଏହି ସେବା ସଂଘ ଗ୍ରାମୀଣ ଲୋକକଳାକୁ ସଦାସର୍ବଦା ଉଜ୍ଜିବୀତ କରିବା ସହିତ ସମାଜରେ ବିପଦଆପଦ ସମୟରେ ସହାୟ ହେବ ବୋଲି ସୂଚନା ମିଳିଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

