ବାଲେଶ୍ୱର ପୌରପାଳିକାରେ ଟେଣ୍ଡର ଫିକ୍ସିଂ ଏବଂ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅନୁକମ୍ପା ଦେବା ନେଇ ପ୍ରକାଶିତ ଖବରକୁ ପୌରପାଳିକା ପକ୍ଷରୁ ଖଣ୍ଡନ କରାଯାଇଛି। ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ଟେଣ୍ଡର ପ୍ରକ୍ରିୟା ସରକାରୀ ନିୟମ ଓ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ସମ୍ପନ୍ନ ହୋଇଛି।
ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟ ଠିକାଦାରମାନଙ୍କଠାରୁ ଅନଲାଇନ୍ରେ ଦରପତ୍ର ଆହ୍ୱାନ କରାଯାଇଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆସିଥିବା ଦରପତ୍ରଗୁଡ଼ିକୁ ନିୟମ ଅନୁଯାୟୀ ଯାଞ୍ଚ କରାଯାଇଥିବା ପୌରପାଳିକା ପକ୍ଷରୁ କୁହାଯାଇଛି।
ଏହି ଘଟଣାରେ କୌଣସି ଠିକାଦାରଙ୍କୁ ରାଜନୈତିକ ପ୍ରଭାବ କିମ୍ବା କୌଣସି ଜନପ୍ରତିନିଧିଙ୍କ ନାମ ନେଇ ଅନୁକମ୍ପା ଦିଆଯାଇଥିବା ଅଭିଯୋଗର ମଧ୍ୟ ସମ୍ପୂଣ ଭିର୍ତ୍ତିହୀନ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ପୌରପାଳିକା ପକ୍ଷରୁ ଆହୁରି କୁହାଯାଇଛି ଯେ, କେବଳ ଅଭିଯୋଗ ଆଧାରରେ ଟେଣ୍ଡର ପ୍ରକ୍ରିୟାକୁ ‘ଫିକ୍ସିଂ’ ବୋଲି ଅଭିହିତ କରିବା ଠିକ୍ ନୁହେଁ। ଯଦି କୌଣସି ପକ୍ଷଙ୍କ ନିକଟରେ ଅନିୟମିତତା ସମ୍ପର୍କିତ ନିର୍ଦ୍ଦିଷ୍ଟ ପ୍ରମାଣ ରହିଛି, ତେବେ ତାହାକୁ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଦାଖଲ କରି ତଦନ୍ତରେ ସହଯୋଗ କରିବାକୁ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଆହ୍ୱାନ କରାଯାଇଛି।
ବାଲେଶ୍ୱର ପୌରାଅଧକ୍ଷା ଙ୍କ ଆମକୁ କହିଛନ୍ତି ଯେ online ଟେଣ୍ଡର ପ୍ରକ୍ରିୟା Clearly visible ଏଥିରେ କୌଣସି ପ୍ରକାର ର ଅନିୟମିତତା ହେଇପାରିବ ନାହିଁ। ବାକି ରହିଲା ଡିଜିଟାଲ Signature ହେଇନଥିବା କଥା ଏହା ସମ୍ପୂଣ ମିଥ୍ୟା। କାରଣ ଯଦି ଗୋଟେ କଣ୍ଟ୍ରାକ୍ଟର ର ଡିଜିଟାଲ signed (DSC) ହେଇନଥିବ ତେବେ ସେ ଟେଣ୍ଡର ପ୍ରକ୍ରିୟା ରେ ହିଁ ଅଂଶ ଗ୍ରହଣ କରିପାରିବିନି। ସେମାନେ ONLINE BID ପ୍ରକ୍ରିୟା ରେ ଭାଗ ହେଇଛନ୍ତି ତାଙ୍କର ଡିଜିଟାଲ SIGNE ଜନିତ ତଥ୍ୟ ସଠିକ ଅଛି।
ଗତ 09. 09.2026 ତାରିଖ ରେ ସ୍ୱଛତା ର ସହିତ ଏବଂ ସମସ୍ତ ଟେଣ୍ଡର ଅଂଶ ଗ୍ରହଣ କାରି ଙ୍କ ଉପସ୍ଥିତି ରେ ସମସ୍ତ ଲଟେରୀ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ ହୋଇସାରିଛି ଏବଂ WORK ଅର୍ଡର ଦେବା ପ୍ରକ୍ରିୟା ଜାରିରହିଛି।

