କଟକ : କ୍ଷୀର ଫ୍ୟାକ୍ଟ୍ରିରେ ନିଆଁ । କଟକ ଜଗତପୁର ପ୍ରଗତି କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏକାଧିକ ମହଲରେ ଲାଗିଛି ନିଆଁ । ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ । କଟକ ଫାୟାର ଷ୍ଟେସନର ଗୋଟିଏ ଏବଂ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ରର ଦୁଇଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । କମ୍ପାନୀର ବିଭିନ୍ନ ପ୍ରଡକ୍ଟ ଏହି ଗୋଦାମରେ ରଖାଯାଇଥିଲା । ସାମଗ୍ରୀଗୁଡ଼ିକ ଭିତରେ ଘିଅ ମଧ୍ୟ ରହିଛି । ତେଣୁ ନିଆଁ ଲିଭାଇବା ପାଇଁ ଅଧିକ ସମୟ ଲାଗୁଛି ।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପ୍ରାଥମିକ ଭାବେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣାରେ କେହି ହତାହତ ହୋଇଛନ୍ତି କି ନାହିଁ କିମ୍ବା କେତେ ପରିମାଣର କ୍ଷୟକ୍ଷତି ଘଟିଛି, ସେ ନେଇ ସବିଶେଷ ତଥ୍ୟ ମିଳିପାରି ନାହିଁ। ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।

