ଉପ ମୁଖ୍ୟମନ୍ତ୍ରୀ ଭଦ୍ରକରେ ପହଞ୍ଚି ସେ ସିଧା ତିହିଡି଼ ବ୍ଲକର ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ବିପନ୍ନ ମାନଙ୍କ ସହିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ବନ୍ୟାର କ୍ଷୟକ୍ଷତିକୁ ମଧ୍ଯ ପରଖିଥିଲେ। ପରେ ଭଦ୍ରକ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ବନ୍ୟା ପରିସ୍ଥିତିର ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଭଦ୍ରକ ବିଧାୟକଙ୍କ ସହିତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ବନ୍ୟାରେ ଭଦ୍ରକ ଜିଲ୍ଲାର ୬ ଗୋଟି ବ୍ଲକର ୧୨୬ଟି ପଞ୍ଚାୟତର ୫୦୩ଟି ଗାଁ ଏବଂ ଗୋଟିଏ ମୁନିସିପାଲିଟି ଓ ଦୁଇଟି ଏନଏସିର ର ୩୧ଟି ୱାର୍ଡ ପ୍ରଭାବିତ ହୋଇଥିବା ୫ ଲକ୍ଷ୍ୟ ୪୬ ହଜାର ୯୨୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଏବେବି ୨୯ ସେଣ୍ଟରରେ ବନ୍ୟା ବିପନ୍ନମାନଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଉଛି। ବନ୍ୟା କ୍ଷୟକ୍ଷତିର ଆକଳନ ଆରମ୍ଭ କରା ଯାଇଛି। ବନ୍ୟାଞ୍ଚଳକୁ ୩୫ଟି ସ୍ୱାସ୍ଥ୍ୟ ଟିମା ଯାଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ପାନୀୟ ଜଳ ବ୍ୟବସ୍ଥା କରାଯିବା ସହିତ ନୂଆ ଟିୱେଲ ବସାଇବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ଚାଷ ଜମି, ଘର ଭଙ୍ଗା, ରାସ୍ତା ଘାଟ ଓ ସ୍କୁଲର କ୍ଷୟକ୍ଷତିର ଅନୁଧ୍ୟାନର କାର୍ଯ୍ୟ ସଠିକ ଭାବରେ କରି ରିପୋର୍ଟ ଦେବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

