ତିହିଡି – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଯୁବ କଂଗ୍ରେସ ସଭାପତି ସୁଧାଂଶୁ ଶେଖର ମାହୁନ୍ତ ବିଜେପିରେ ଯୋଗଦାନ କରିଥିବା ଜଣା ଯାଇଛି।ତାଙ୍କ ସହ ଗୋଳାପୋଖରୀ ଗ୍ରାମର ଜଣେ ଯୁବ ନେତା ରଞ୍ଜନ ମହାପାତ୍ର ମଧ୍ୟ ସାମିଲ ହୋଇଛନ୍ତି।ଗୋଳାପୋଖରୀ ସରପଞ୍ଚ ପ୍ରଦୀପ ବଳଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ଶ୍ରୀ ମାହୁନ୍ତ ଓ ଯୁବନେତା ଶ୍ରୀ ମହାପାତ୍ର ଧୂସୁରିର ଏକ ସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଉପସ୍ଥିତିରର ବିଜେପିର ସାମିଲ ହୋଇଥିଲେ। ମନ୍ତ୍ରୀ ଶ୍ରୀ ସୁରଜ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶଧାରା ଓ ମନ୍ତ୍ରୀ ଶ୍ରୀ ସୁରଜଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟକରି ଦଳରେ ଯୋଗ ଦେଇଥିବା କହିଛନ୍ତି। ଏଥିସହ ସେମାନେ ସରପଞ୍ଚ ପ୍ରଦୀପ ବଳଙ୍କ ଉଦ୍ୟମରେ ପଞ୍ଚାୟତରେ ହେଉଥିବା ବିକାଶରେ ସହଯୋଗ କରିବା ସଙ୍ଗେସଙ୍ଗେ ବିଜେପି ସଙ୍ଗଠନକୁ ସୁଦୃଢ କରିବେ ବୋଲି କହିଛନ୍ତି। ଯୁବ ସରପଞ୍ଚ ପ୍ରଦୀପ ପଞ୍ଚାୟତରେ ସରକାରଙ୍କ ଯୋଜନାକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ସହିତ ବହୁ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି।ସେ ବହୁ ସଂଗ୍ରାମ କରି ପଞ୍ଚାୟତରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ କରିବାରେ ସଫଳ ହୋଇଥିବା ଜଣାପଡିଛି। ମିଶ୍ରଣ ବେଳେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ,ସାଂସଦଙ୍କ ପ୍ରତିନିଧି ମନୋଜ ମଲ୍ଲିକ, ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା ଓ ବିଜେପି ନେତା ଚତୁର୍ଭୁଜ ନାୟକ ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗୋଳାପୋଖରୀ ପଞ୍ଚାୟତ ଶକ୍ତି କେନ୍ଦ୍ର ପ୍ରମୁଖ ପ୍ରଶାନ୍ତ ବାରିକ, ନିରାକାର ବେହେରା, ବିଶ୍ୱଜିତ ମିଶ୍ର, ରବିନ୍ଦ୍ର ଜେନା, ଅନନ୍ତ ନାୟକ, ହିମାଂଶୁ ଶେଖର ନାୟକ, ରାମଚନ୍ଦ୍ର ଭୋଇ ଓ ରତିକାନ୍ତ ଭୋଇ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ।

