ରୀ,୨୨/୧-ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବଡଦାଣ୍ଡ ମେଡିକାଲ ଛକ ନିକଟସ୍ଥ ଗ୍ରାଣ୍ଡ ଆଲିସାନ ସମ୍ମୁଖରେ ମଙ୍ଗଳବାର ସଂଧ୍ଯାରେ ୧୭ ତମ ଜାତୀୟସ୍ତରୀୟ ରଥଯାତ୍ରା ଭଜନ ସମାରୋହ ଓ ରଥଯାତ୍ରା ସମ୍ମାନ ୨୦୨୬ ଉଦଘାଟିତ ହୋଇଯାଇଛି । ଓଡ଼ିଶାର ଖ୍ଯାତନାମା କଣ୍ଠଶିଳ୍ପୀ ମାନେ ଭଜନ ଗାନ କରି ଶ୍ରୋତାଙ୍କ ମନ କିଣି ନେଇଥିଲେ । ଓଡ଼ିଶାର ସୁନାମଧନ୍ଯ କଣ୍ଠଶିଳ୍ପୀ ସତ୍ଯଜିତ ପ୍ରଧାନଙ୍କ ଜଗତରେ ପାଇବୁନି ଏମିତି ଠାକୁର, ବିଷ୍ଣୁମୋହନଙ୍କ ଚାଲ ବେଗି ବେଗି ଯିବା ସାଙ୍ଗାତ, ସରୋଜ ଜୋନଙ୍କ ବାଲିରଥ ତୋଳିବି, ଶୈଳଭାମା ମହାପାତ୍ରଙ୍କ କିଏ ବସିଛି ଲୋ ସଖୀ, ଲିପ୍ସା ମହାପାତ୍ରଙ୍କ କେରି କେରି ସୁନା ଦୁବ ଶ୍ରୋତା ମାନଙ୍କୁ ଭକ୍ତି ରସରେ ଝୁମିଥିଲେ ।
ଏହି କାର୍ଯ୍ୟକ୍ରମକୁ ଉତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷା ଚିଦାତ୍ମିକା ଖଟୁଆ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ମୁଖ୍ଯ ଅତିଥି ଭାବେ ସୁମିତ୍ରା ପଣ୍ଡା ଓ ସମ୍ମାନିତ ଅତିଥ ଭାବେ ବିଶିଷ୍ଟ ଗୀତିକାର ପ୍ରଫେସର ଡକ୍ଟର ଶଶୀଭୂଷଣ ବେହେରା, ଅନୁଷ୍ଠାନର ପୂର୍ବତନ ଆଇନ ପରାମର୍ଶଦାତା ରାଜଶ୍ରୀ ମହାପାତ୍ର, ଜିନ୍ଦଲ ପାୱାର ଲିମିଟେଡ ର କାର୍ଯ୍ୟନିର୍ବାହୀ ଉପସଭାପତି ବିଭୁପ୍ରସାଦ ମିଶ୍ର, ଜିନ୍ଦଲ ଷ୍ଟେନଲେସ ଷ୍ଟିଲର ଜିଏମ ସୁଧି ରଞ୍ଜନ ମିଶ୍ର ପ୍ରମୁଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି ଭଜନ ସମାରୋହକୁ ପ୍ରଶଂସା କରିଥିଲେ । ମୁଖ୍ଯ ଉପଦେଷ୍ଟା ତଥା ଅବସରପ୍ରାପ୍ତ ପ୍ରଶାସକ ବିନୋଦ ପଣ୍ଡା, ସଭାପତି ସୁରେଶ ଚନ୍ଦ୍ର ବାରିକ, ଅଧ୍ୟକ୍ଷ ପୂର୍ଣେନ୍ଦୁ କୁମାର ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ଉପସଭାପତି ଦେବୀ ପ୍ରସାଦ ମହାଲିକ, ସଞ୍ଜୀତ କୁମାର ସିଂ, ସାଧାରଣ ସମ୍ପାଦକ ରଜନୀକାନ୍ତ ମିଶ୍ର, କୋଷାଧ୍ୟକ୍ଷ ରାଜକିଶୋର ନାୟକ, ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଭୋଳ, ହରିହର ପାଢୀ, ଅଭିମନ୍ୟୁ ଜେନା, ବିଶ୍ୱନାଥ ଜେନା, ସନ୍ଦୀପ କୁମାର ଦାଶ, ମୁଖ୍ଯ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକାରୀ ସଭାପତି ଡ. ପ୍ରଧାନ ଧୀରେନ ରାୟ ଅତିଥିମାନଙ୍କ ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥିମାନଙ୍କ ଦ୍ବାରା କଣ୍ଠଶିଳ୍ପୀ ଓ କଳାକାରଙ୍କ ସମେତ ସମାଜରେ ସଫଳ ବ୍ଯକ୍ତିମାନଙ୍କୁ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଓଏନଏସ୍ ଇଭେଣ୍ଟସ୍, ପୁରୀ ପକ୍ଷରୁ ଆୟୋଜକ ତଥା ଅନୁଷ୍ଠାନର ଅଧ୍ୟକ୍ଷ ସାଂସ୍କୃତିକ କମିଟିର ରାଜେଶ ରଥଙ୍କ ନେତୃତ୍ୱରେ ଏକ ଭବ୍ୟ ସଙ୍ଗୀତମୟ ସାଂସ୍କୃତିକ କାର୍ଯ୍ୟକ୍ରମ ଭକ୍ତିମୟ ସନ୍ଧ୍ୟାରେ ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ, ବାଦ୍ୟଯନ୍ତ୍ର ଶିଳ୍ପୀ ଏବଂ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ପରିବେଶ ଆଧ୍ୟାତ୍ମିକ ଓ ସଙ୍ଗୀତମୟ ହୋଇଉଠିଥିଲା । କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଲୋପାମୁଦ୍ରା ଦାଶ, ଅବିନାଶ ଦାଶ, ରଶ୍ମିତା ଦାସ (ରିଙ୍କି), ସଙ୍ଗ୍ରାମ ମହାନ୍ତି, ସସ୍ମିତା ବିଶ୍ୱାଳ, ଶୈଳଭାମା ମହାପାତ୍ର, ଲିପ୍ସା ମହାପାତ୍ର, ମାନସୀ ପାଣିଗ୍ରାହୀ, ବିଷ୍ଣୁ ମୋହନ କବି, ସରୋଜ ଜେନା, ଗଗନ ଜେନା, ସତ୍ୟଜିତ ପ୍ରଧାନ, ଏମ୍. ମୁନା, ତୃପ୍ତି, ଇତି ଏବଂ ପ୍ରଫେସର ଡ଼. ମାନସ ଦାଶ ସୁମଧୁର ସଙ୍ଗୀତ ପରିବେଷଣ କରିଥିଲେ। ପ୍ରଫେସର ଡ଼. ମାନସ ଦାଶ ଏହି କାର୍ଯ୍ୟକ୍ରମର ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ମଞ୍ଚ ସଞ୍ଚାଳକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।ବାଦ୍ୟଯନ୍ତ୍ର ପରିବେଷଣରେ ଜୋଗୀ, ପିଣ୍ଟୁ, ଦିପୁ, ନୃସିଂହ, ମାନସ ସାସମଲ, ମିତୁ, ବୁଲୁ ପଣ୍ଡା, ପ୍ରସନ୍ନ ଘଡ଼େଇ, ଶ୍ୟାମ, ସଞ୍ଜୟ, ଶ୍ରୀଧର, ବାବଲୁ, ସନ୍ତୋଷ, ପ୍ରଫେସର ଡ଼. ମାନସ ଦାଶ ଏବଂ କୁମାର ଲକି ସେମାନଙ୍କର ଅନବଦ୍ୟ ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ “ଓଁ ନମଃ ଶିବାୟ” ଭକ୍ତିଗୀତରୁ ହୋଇଥିବା ବେଳେ, ଶେଷରେ ଶ୍ରୀଜଗନ୍ନାଥଙ୍କ ଭଜନ ଓ ପ୍ରାର୍ଥନା ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଉପସ୍ଥିତ ଦର୍ଶକମାନେ ସମଗ୍ର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ।ଏହି ଅବସରରେ ଆୟୋଜକ ରାଜେଶ ରଥ ସମସ୍ତ କଣ୍ଠଶିଳ୍ପୀ, ବାଦ୍ୟଯନ୍ତ୍ର ଶିଳ୍ପୀ, ସ୍ୱେଚ୍ଛାସେବୀ, ସହଯୋଗୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଦର୍ଶକମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ।ଓଏନଏସ୍ ଇଭେଣ୍ଟସ୍, ପୁରୀ ଆଗାମୀ ଦିନରେ ଓଡ଼ିଶାର ସଙ୍ଗୀତ, ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାର ପାଇଁ ଏଭଳି ଉଚ୍ଚମାନର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରତିବଦ୍ଧ। ସ୍ମୃତିର ଅନୁଷ୍ଠାନ ସବୁବେଳ ମହାପ୍ରଭୁଙ୍କ ପ୍ରଚାର ପ୍ରସାର କରିବା ସହ ଭକ୍ତମାନଙ୍କ ଭକ୍ତି ପାଇଁ ଜାଗ୍ରତ କରିବା ପାଇଁ ସବୁବେଳେ ଚେଷ୍ଟିତ । ଭକ୍ତ ମାନେ ଆଡପ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ବଡଦାଣ୍ଡରେ ବର୍ଷାରେ ଭିଜି ଭିଜି ମଧ୍ଯ ମହାପ୍ରଭୁଙ୍କ ଭଜନ ଶୁଣି ମନ୍ତ୍ରମୁଗ୍ଧ ହୋଇପଡିଥିଲେ । ଇନ୍ଦ୍ର ମହାପ୍ରଭୁଙ୍କ ବର୍ଷା କୁ ଖାତିର ନକରି ଭକ୍ତ ମାନେ ଭାବ ଭକ୍ତିର ଭଜନ ଶ୍ରବଣ କରୁଥିଲେ । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଭଜନରେ ଭାବବିହ୍ବଳ ହୋଇଥିଲେ ଦର୍ଶକ । ଶେଷରେ ସଂଜୀବ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ

