ପୁରୀ,୨୧/୭-ତୁଳସୀ ଦୁଇ ପତ୍ରରୁ ବାସେ । ପିଲାଟି ଦିନରୁ କ୍ଲାସରେ ପ୍ରଥମ ହେବା ସହ ସେହି ଧାରା ଜାରୀ ରଖିଥିଲେ ଶ୍ରୀକ୍ଷେତ୍ରର ଝିଅ ଅନ୍ବେଷା ସୁନ୍ଦରାୟ। ଘର ପୁରୀ ସହର ଦତ୍ତତୋଟାରେ । ପିତା ଏସସିଏସ କଲେଜର ରସାୟନ ବିଭାଗରେ କାର୍ଯ୍ଯରତ । ଓ ତାଙ୍କ ମା ଗ୍ରାମ୍ଯ ଉନ୍ନୟନ ବିଭାଗର ଇଞ୍ଜିନିୟର ଭାବେ କାର୍ଯ୍ୟରତ । ଅନ୍ବେଷା ଏଲକେଜି ଓ ୟୁକେଜି ସେହି ସାହିରେ ଥିବା ଉତ୍କଳ ବଚପନ ସ୍ଲୁଲରେ ପାଠ ଆରମ୍ଭ କରିଥିଲେ । ଏବେ ସର୍ବଭାରତୀୟ ସ୍ତରରେ ନିଟ୍ ୟୁଜି ୨୦୨୬ ପରୀକ୍ଷାରେ ୨୦ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ଯରେ ୧୭୦ ସିରିୟଲ ନମ୍ବରରେ ରହି ପୁରୀ ଓ ଓଡିଶାର ଗୌରବ ଆଣିଛନ୍ତି । ଓଡିଶାର ଟପ ୩ ମଧ୍ଯରେ ସ୍ଥାନ ଅଧିକାର କରିଛନ୍ତି । ସାଇନ୍ସ ଅଲମ୍ପିଆଡ ଓ ଚିତ୍ରାଙ୍କନରେ ବହୁ ସାଟିର୍ଫିକେଟ ପାଇବା ସହ ଅନେକ ସ୍ଥାନରେ କ୍ଯାସ ଆୱାର୍ଡ ମଧ୍ଯ ପାଇଛନ୍ତି । ଆଶା ରଖିଛନ୍ତି ଭୁବନେଶ୍ବର ଏମ୍ସରେ ପଢିବା ସହ ନିରୋସର୍ଜନ ଭାବେ ଗରିବ ରୋଗୀଙ୍କ ସେବା କରିବାକୁ ଇଛା ପ୍ରକାଶ କରିଛନ୍ତି । ଚେଷ୍ଟା, ନିଷ୍ଠା, ପ୍ରଚେଷ୍ଟା ,ଅକ୍ଲାନ୍ତ ପରିଶ୍ରମ,ଲକ୍ଷ୍ଯ ହାସଲ ପାଇଁ ଲୟ ରଖିବା, ଭୁଲକୁ ଝୁଣ୍ଟି ଝୁଣ୍ଟି ଠିକ ଉତ୍ତର ଲେଖିବା ଶୈଳୀର କଳାକୌଶଳକୁ ଅନ୍ବେଷା ଆୟତ୍ତ କରିପାରିଛନ୍ତି । ଚଳିତମାସ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଘରେ ଫୋନ ରଖି ପ୍ରଭୁଙ୍କ ଦର୍ଶନ ପାଇଁ ବାପା ଓ ମାଙ୍କ ସହ ଦର୍ଶନ ପାଇଁ ଯାଇଥିଲେ ଅନ୍ବେଷା । ରାତି ୧୧ଟାରେ ଘରକୁ ଫେରିବା ପରେ ଫୋନରେ ଅନେକ ମେସେଜ ଓ ମିସକଲ ଦେଖିବାକୁ ପାଇଥିଲେ । ନିଟ ପରୀକ୍ଷା ଫଳ ବାହାରି ଥିବାରୁ ଲାପଟପରେ ଖୋଜିବାରେ ୧୭୦ ନମ୍ବର ସିରିୟଲରେ ନାମ ଥିବା ଦେଖିବାକୁ ପାଇଥିଲେ । ଆଖିରୁ ଦୁଇଧାର ଲୁହ ବୋହିଯିବା ସହ ଏହା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବୋଲି ଭାବିଥିଲେ । ପୁରୀରୁ କ୍ଯାମେରା ପର୍ସନ ଦିବ୍ଯରଞ୍ଜନ ବିଶୋଇଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ ।

