ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବାଇ ତରଫରୁ ନଭେମ୍ବର ୧ ତାରିଖ ରବିବାର ଦିନ ସନ୍ଧ୍ୟା ୬ ଟାରେ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଦୀପ୍ତ ସୁନ୍ଦର ମହାରଣା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସର୍ବମୋଟ ଅଠର ଜଣ ଭକ୍ତି ସଙ୍ଗୀତ, ଆଧୁନିକ ସଙ୍ଗୀତ ବୋଲି ଥିଲେ।ପ୍ରବାସୀ ମୁମ୍ବାଇ ରୁ ମୈତ୍ରେୟୀ କମିଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଇପ୍ସିତା ପଣ୍ଡା ଙ୍କ ସୁମଧୁର କଣ୍ଠ ରୁ ଭଜନ ପରିବେଷଣ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ବେଙ୍ଗଲୁରୁ ସାହିତ୍ୟ ସମାଜ ର ଅଧ୍ୟକ୍ଷ ତାପସ ରାଜ ମହାରଣା, ତେଲେଙ୍ଗାନା ରୁ ବୈଜ୍ଞାନିକ ଅରୁଣ ମହାପାତ୍ର, ଆମେରିକା ରୁ ଚନ୍ଦ୍ରା ମିଶ୍ର, କଲିକତା ରୁ ସନାତନ ମହାକୁଡ଼ଙ୍କ ସହ ଓଡିଶା ର ବିଭିନ୍ନ ସ୍ଥାନ ରୁ ଇପ୍ସିତା ପଣ୍ଡା, ସୂର୍ଯ୍ୟନାରାୟଣ ମହରଣା,କାଶୀନାଥ ପଣ୍ଡା, ଜ୍ୟୋତିପ୍ରଭା ପଟ୍ଟନାୟକ, ସଲୀଳା ମହାନ୍ତି,ସୁବାସିନୀ ଦାସ, ମନୋରମା ମିଶ୍ର, ଆରତୀ ଦାସ, ନିଧି ସାହୁ, ନଳିନୀ ପଟ୍ଟନାୟକ, ଆରତୀ ସାହୁ, ଶୁଭଶ୍ରୀ ପଟ୍ଟନାୟକ, ହୀରାଲାଲ, ମୈତ୍ରେୟୀ କମିଳା ଗୁଗଲ ମିଟ ମାଧ୍ୟମ ରେ ଯୋଡି ହୋଇ ସଙ୍ଗୀତ ପରିବେଷଣ କରିଥିଲେ।

