ବାଲିଗୁଡ଼ା: ବାଲିଗୁଡ଼ାରେ ଯବାନଙ୍କ ଜୀବନ ହାରିବା ପରେ ଗିରଫ ହେଲେ ପତ୍ନୀ । ଗାୟତ୍ରୀ କଲୋନୀର CRPF ଯବାନ ଅଶୋକ ବେହେରାଙ୍କ ଜୀବନ ହାରିବ ଘଟଣା । ମୃତ ଯବାନଙ୍କ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡା ପୋଲିସ । ଯବାନ ଙ୍କ ସ୍ତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ ଯବାନ ଆଶିଷ ପାଇକରାୟ ମିଶି ଅଶୋକଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ମୃତକଙ୍କ ମାଆ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ସ୍ତ୍ରୀଙ୍କ ବିଷୟରେ ପ୍ରମାଣ ପାଇ ଗିରଫ କରାଯାଇଥିବା ବାଲିଗୁଡା ଥାନା ଅଧିକାରୀ କହିଛନ୍ତି ।
ଗତ ୬ ତାରିଖ ଦିନ CRPF ଯବାନ ଅଶୋକ ବେହେରା ନିଜ ଘରେ କବାଟ ବନ୍ଦ କରି ଜୀବନ ହାରିଥିଲେ । ବାଲିଗୁଡା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀ ଓ ତାଙ୍କ ପୁରୁଷବନ୍ଧୁଙ୍କ ସମ୍ପର୍କ ନେଇ ଅଶୋକ ଜାଣିବା ପରେ ଦୀର୍ଘ ଦିନ ହେବ ଚାପରେ ଥିଲେ । ସ୍ତ୍ରୀଙ୍କୁ ଛାଡ଼ପତ୍ର ପାଇଁ ବାଲିଗୁଡା କୋର୍ଟରେ ଆବେଦନ କରିଥିଲେ ମୃତ ଅଶୋକ । ଅଶୋକ ଓ ତାଙ୍କ ସ୍ତ୍ରୀ କିଛି ମାସ ହେବ ଅଲଗା ରହୁଥିଲେ ।

