ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ଗାନ୍ଦରବଲ ଜିଲ୍ଲାରେ ସୋନମାର୍ଗ ସୁଡ଼ଙ୍ଗ ନିକଟରେ ଓଲଟିଲା ସିଆରପିଏଫ ଯବାନଙ୍କ ଗାଡ଼ି । ଗାଡ଼ି ଓଲଟିବା ଯୋଗୁଁ ୬ ଜଣ ଯବାନ ଆହତ ହୋଇଛନ୍ତି । ଏମାନଙ୍କ ଚିକିତ୍ସା ପାଇଁ ସିଆରପିଏଫ କ୍ୟାମ୍ପକୁନିଆଯାଇଛି ।
ଖବର ମୁତାବକ, ମଧ୍ୟ କଶ୍ମୀର ଜିଲ୍ଲା ଶ୍ରୀନଗର-ଲେହ ରାସ୍ତାରେ ସୋନମାର୍ଗ ସୁଡ଼ଙ୍ଗ ନିକଟରେ ସିଆରପିଏଫ ଯବନାଙ୍କ ଗାଡ଼ି ଖସିଯାଇଥିଲା । ଗାଡ଼ିଟି ଖସିବା ଯୋଗୁଁ ଓଲଟି ପଡିଥିଲା । ଘଟଣାରେ ୬ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଗୁଣ୍ଡ ସ୍ଥିତ ସିଆରପିଏଫ ଶିବିରକୁ ନିଆଯାଇଛି ।
ସମଗ୍ର ଦେଶରେ ମୋଟ ୩.୨୫ ଲକ୍ଷ ସିଆରପିଏଫ ଯବାନ କାର୍ଯ୍ୟରତ । ଏମାନେ ଦେଶରେ ସୁରକ୍ଷା, ନକ୍ସଲ ବିରୋଧୀ ଅଭିଯାନ, ଜମ୍ମୁ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସାମିଲ । ଏଯାଏଁ ୨,୨୭୦ ଜଣ ଯବନା ଏବଂ ଅଧିକାରୀ ଡ୍ୟୁଟି ସମୟରେ ସହିଦ ହୋଇସାରିଲେଣି ।

