ନୀଳଗିରି ତା(୨୦/୦୬): ଆଜି ନୀଳଗିରି କଂଗ୍ରେସ ଭବନ ରେ ମଣ୍ଡଳ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ସମ୍ମିଳନୀ ରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଓ ଓଡ଼ିଶା ବିଜେପି ସରକାର ର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଖୁସି ମନାଉଥିବା ବେଳେ ସାଧାରଣ ଜନତା କେଉଁ ଭଳି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ତାହା ବଖାଣି ଥିଲେ। ପ୍ରଥମତଃ ତୈଳ ଇନ୍ଧନ ସମସ୍ୟା ପାଇଁ ପରିବହନ କ୍ଷେତ୍ର ରେ ଅସୁବିଧା ସୃଷ୍ଟି ହେବା, ରାଜ୍ୟ ଶିକ୍ଷା ବିଭାଗ ର ୧୭୦୦ ତ୍ରୁଟି ଥିବା ପୁସ୍ତକ କୁ ଛାତ୍ରଛାତ୍ରୀ ଙ୍କୁ ବଣ୍ଟନ କରିବା,ସ୍ୱାସ୍ଥ୍ୟ ବିଭାଗ ର ବ୍ୟାପକ ବିଶୃଙ୍ଖଳା ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବା,ମାଗଣା ବିଦ୍ୟୁତ୍ ଯୋଗାଇବା,ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ରେ ବିଫଳ ହେବା,କୃଷି କ୍ଷେତ୍ରରେ ଧାନକିଣା ଠାରୁ ବିହନ ବଣ୍ଟନ ଓ ଜଳ ଯୋଗାଣ କ୍ଷେତ୍ର ରେ ଫେଲ୍ ମାରିବା, ଦୁଇ ବର୍ଷ ମଧ୍ୟରେ ନୀଳଗିରି ଅଞ୍ଚଳ ରେ ଖଣି ଖାଦାନ ରୁ କୋଟି କୋଟି ଟଙ୍କା ଲୁଟ୍ ହେବା, ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ପାଇଁ ନାରୀ ସୁରକ୍ଷା ମାଟି ରେ ମିଶିଛି,ନିଶା ନିବାରଣ କଥା ଡବଲ ଇଞ୍ଜିନ ସରକାରରେ ପ୍ରହସନ ପାଲଟିବା,ଅହେତୁକ ଦରଦାମ ବୃଦ୍ଧି ଫଳରେ ସାଧାରଣ ଜନତା ଙ୍କ ଆର୍ଥିକ ମାନଦଣ୍ଡ ଭୁଶୁଡ଼ି ପଡ଼ିଛି। ୟୁପିଏ ସରକାର ସମୟରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା, ଅଙ୍ଗନବାଡ଼ି ସୃଷ୍ଟି କରିବା,୧୧୨ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ରେ ସାମିଲ କରିବା,ମହିଳା ସଶକ୍ତି କରଣ ଓ ସମସ୍ତ ଙ୍କୁ ଶିକ୍ଷା ଯୋଜନା,୧୦୮ ଆମ୍ବୁଲାନ୍ସ ସେବା,ପେଟ୍ରୋଲ,ଡିଜେଲ ଏବଂ ରନ୍ଧନ ଗ୍ୟାସ୍ କୁ ଶସ୍ତା ରେ ଯୋଗାଇଦେବା ଭଳି କାର୍ଯ୍ୟ ହୋଇଥିବା ବେଳେ ଡବଲ ଇଞ୍ଜିନ ସରକାର ର ବିଫଳତା ପାଇଁ ସାଧାରଣ ଲୋକ ନିର୍ଯାତିତ ହେଉଛନ୍ତି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ନୀଳଗିରି କଂଗ୍ରେସ ବ୍ଲକ୍ ସଭାପତି ତପନ କୁମାର ରାଉତ ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀ ରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ଯୋସଦାନନ୍ଦନ ସିଂ,ଜିଲ୍ଲା ଉପସଭାପତି ରାମ ଜେନା,ନଗର ସଭାପତି ଉପେନ୍ଦ୍ର ବେହେରା,ଯୁବ କଂଗ୍ରେସ ନେତା ଅଶ୍ୱିନୀ ପାତ୍ର,ନେତ୍ରୀ ଯଶୋଦା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

