ବିଗତ ଦୁଇ ବର୍ଷ ମଧ୍ୟରେ ଭିତିଭୂମିର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବ ଓ ନାରୀ ଶକ୍ତି ସଶକ୍ତିକରଣ ସହିତ ଅଗଣିତ ଜନକଲ୍ୟାଣକାରୀ ପ୍ରକଳ୍ପ ମାଧ୍ୟମରେ ଏକ ନୂଆ ବାଲେଶ୍ୱର ଗଢ଼ିବା ନେଇ ନିରନ୍ତର ଉଦ୍ୟମ ଜାରି ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମାନସ କୁମାର ଦତ୍ତ ସୂଚନା ଦେଇଛନ୍ତି। ରାଜ୍ୟରେ ଲୋକଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ହିସାବ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଦତ୍ତ ରେକର୍ଡସ୍ତରରେ ୨ହଜାର କୋଟି ଟଙ୍କାର ଅନୁଦାନ ଅର୍ଥ ଉପଯୋଗ ହେବା ଏକ ବିରଳ ତଥା ଐତିହାସିକ ଘଟଣା ବୋଲି କହିଛନ୍ତି। ଏଥି ମଧ୍ୟରେ ଗ୍ରାମଂଚଳକୁ ସହର ସହିତ ଯୋଡିବା ଲକ୍ଷ୍ୟରେ ଗମନାଗମନ ବ୍ୟବସ୍ଥାର ଉନ୍ନତି ପାଇଁ ସଂଖ୍ୟାଧିକ ପ୍ରକଳ୍ପ ମାଧ୍ୟମରେ ୨୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବା ମଧ୍ୟ ଏକ ରେକର୍ଡ ବୋଲି ସେ ପ୍ରକାଶ କରିଛନ୍ତି।

ସଦର ନିର୍ବାଚନମଣ୍ଡଳୀରେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ପ୍ରକଳ୍ପ ମଧ୍ୟରେ ବନ୍ୟା ପ୍ରପିଡିତ ଗୁଜୁରୀବଜାର ଅଂଚଳରେ ୧୨କୋଟି ଟଙ୍କର ରାସ୍ତା, ୪୩ କୋଟି ଟଙ୍କାର ସୋଲପଟା – ବାହାବଳପୁର ରାସ୍ତା ସହିତ ଗ୍ରାମାଂଚଳ ଓ ବାଲେଶ୍ୱର ସହରାଂଚଳରେ ୬୦କୋଟିୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି । ବାଲେଶ୍ୱର ସହର ସୀମାରେ ୩୦୦କୋଟି ଟଙ୍କାର ରିଂ ରୋଡ ପ୍ରକଳ୍ପ ଅନୁମୋଦିତ ହେବା ପରେ ଡିପିଆର ପ୍ରସ୍ତୁତି ପର୍ଯ୍ୟାୟରେ ରହିଛି ।

ସମୁଦ୍ର ଜୁଆରରୁ ଉପକୂଳ ଅଂଚଳକୁ ରକ୍ଷା କରିବା ପାଇଁ ସାର୍ଥା ପଂଚାୟତରେ ୨୧କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଲୁଣାବନ୍ଧ ନିର୍ମାଣାଧୀନ ଥିବା ବେଳେ କଷାଫଳ, ପରିଖି, ନଗ୍ରମ, ଆଳୁମେଦା, ବାହାବଳପୁର, ଚାରିଗୋଛିଆ, ପଂଚୁପଡା, ନୂଆପୁର, ଗୋପୀନାଥପୁର, କୁରାଡିହା, ପୁରୁଣା ବାଲେଶ୍ୱରରେ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ୪ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଦୀର୍ଘ ଦିନରୁ ଅଟକି ରହିଥିବା ପ୍ରକଳ୍ପ ମଧ୍ୟରେ କଷାଫଳ ଓ ଆଳୁମେଦା ପଂଚାୟତକୁ ସଂଯୋଗର ସେତୁ ଡୁବୁଡୁବି ପୋଲର କାର୍ଯ୍ୟ ପୁନଃ ଆରମ୍ଭ ହୋଇଥିବା ବେଳେ ପରିଖି – ବଳରାମଗଡି, ଓଲାଡି ଓ ଅରାଡ ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ଅନୁରୂପ ଭାବେ ନୂଆପୁର, କଷାଫଳ ଟୁରିଷ୍ଟ, ଚାରିଗୋଛିଆ ପ୍ରଭୃତି ଅଂଚଳରେ ନୂତନ ସେତୁ ନିର୍ମାଣ ପାଇଁ ଉପକ୍ରମ ଆରମ୍ଭ କରାଯାଇଛି । ମୋଟାମୋଟି ଉପରେ ସେତୁ ନିର୍ମାଣ ପାଇଁ ଅଦ୍ୟାବଧି ୧୬୦କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅନୁଦାନ କାର୍ଯ୍ୟାନ୍ୱୟନ ହୋଇପାରିବା ଏକ ଉଲ୍ଲେଖନୀୟ ବିଷୟ ।
ସେହିପରି ୭୫କୋଟି ଟଙ୍କା ବ୍ୟୟରେ ବଳରାମଗଡିରେ ନିର୍ମିତ ବୃହତ ଫିସିଂ ହାର୍ବର ଓ ବାହାବଳପୁର ଠାରେ ୩୪କୋଟି ଟଙ୍କାର ମତ୍ସ୍ୟ ଅବତରଣ କେନ୍ଦ୍ର ହଜାର ହଜାର ମତ୍ସ୍ୟଜୀବି ପରିବାରର ଆର୍ଥିକ ଅବସ୍ଥାକୁ ସୁଦୃଢ ସହିତ ବାଲେଶ୍ୱରର ଅର୍ଥନୀତିକୁ ନୂତନ ଦିଗ ପ୍ରଦାନ କରିବ । ପର୍ଯ୍ୟଟନ ଅପାର ସୁଯୋଗକୁ ପ୍ରୋତ୍ସାହନ ଦିଗରେ ଚାନ୍ଦିପୁର ବେଳାଭୂମୀର ନବକଳେବର ପାଇଁ ୧୧କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଓ କଷାଫଳ ବେଳାଭୂମୀର ଉନ୍ନତି ପାଇଁ ୨କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ଜଙ୍ଗଲ ଓ ପରିବେଶ ବିଭାଗର ମଞ୍ଜୁରୀ ଅପେକ୍ଷା କରାଯାଇଛି । ସୁବ୍ୟବସ୍ଥିତ ନ୍ୟାୟିକ ପ୍ରକିୟା ପରିଚାଳନା ପାଇଁ ଜୁଡିସିଆଲ ହବ୍ ନିର୍ମାଣ ନିମନ୍ତେ ୩୪୦କୋଟି ଟଙ୍କାର ଅନୁଦାନ, ଐହିହାସିକ ଉପଲବ୍ଧି ମଧ୍ୟରେ ଅନ୍ୟତମ । ସେହିପରି ଶିଳ୍ପ, ବାଣିଜ୍ୟ ଓ ନିବେଶ କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ୫୦କୋଟି ଟଙ୍କା ଖର୍ଚ୍ଚରେ ଅତ୍ୟାଧୁନିକ ଇଡକୋ ଟାୱାର ନିର୍ମିତ ହେବ । ବାଲେଶ୍ୱର ସହରର ଆଧୁନିକୀକରଣ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପୌରପାଳିକା ମାଧ୍ୟମରେ ୮୦କୋଟି ଟଙ୍କା ଖର୍ଚ୍ଚରେ ନୂତନ ଯୋଜନା ପ୍ରସ୍ତୁତ କରାଯାଇଛି । ୫କୋଟି ଟଙ୍କାର ବ୍ୟୟରେ ରିଭର ସାଇଡ ପାର୍କ, ୭କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ମଣ୍ଡଳବଜାର ବହୁମୁଖୀ ମାର୍କେଟ କମ୍ପେ୍ଲକ୍ସ, ୫କୋଟି ଟଙ୍କାରେ ଗୋଶାଳା, ୩କୋଟି ଟଙ୍କାରେ ମଲ୍ଟି କମ୍ପେ୍ଲକ୍ସ ଓ ୫୦ଲକ୍ଷ ଟଙ୍କା ଖର୍ଚ୍ଚରେ ଇଭି ଚାର୍ଜିଂ ଷ୍ଟେସନ ନିର୍ମାଣ ହେବ । ବାଲେଶ୍ୱର ସହରବାସୀଙ୍କ ବିଶୁଦ୍ଧ ପାନୀୟ ଜଳ ପାଇଁ ଦୀର୍ଘଦିନ ଆଶାକୁ ପୂରଣ କରିବାକୁ ଯାଇ ୧୨୨କୋଟି ଟଙ୍କା ଅନୁଦାନରେ ନଦୀଜଳ ବିଶୋଧନ ସହ ଘରକୁ ଘର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ କରାଯାଇପାରିଛି । ସେହିପରି ଗ୍ରାମାଂଚଳରେ ନଳକୂପ ସହିତ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୪୮କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ବ୍ୟାସକବି ଫକୀରମୋହନଙ୍କ ଜନ୍ମସ୍ଥଳୀ ଶାନ୍ତିକାନନକୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ସାମିଲ ସହ ୧୫କୋଟି ଟଙ୍କାର ଅନୁଦାନ ମିଳିସାରିଛି । ନଗ୍ରମ ଠାରେ ବ୍ଲକସ୍ତରୀୟ ବହୁମୁଖୀ କ୍ରୀଡା ଷ୍ଟାଡିଅମ ନିର୍ମାଣ ପାଇଁ ୧୨କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ବାଲେଶ୍ୱର ସହରରେ ନୂତନ ଷ୍ଟାଡିଅମ ବା ପରିମିଟ ପଡିଆର ଆଧୁନିକୀକରଣ ପାଇଁ ୧୮କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରାଯାଉଛି । ସବୁଠାରୁ ଉଲ୍ଲେଖନୀୟ ବିଷୟ, ବାଲେଶ୍ୱର ସହରର ଡ୍ରେନେଜ ମାଷ୍ଟର ପ୍ଲାନର ଡିପିଆର ପ୍ରସ୍ତୁତି ଚାଲିଛି । ଡେନେଜ୍ ବ୍ୟବସ୍ଥାରେ ଉନ୍ନତି ପାଇଁ କେବଳ ଚଳିତ ବର୍ଷ ୯କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ନୂଆସାହି – ବାଲିଆ ରାସ୍ତାରେ ଡ୍ରେନ ନିର୍ମାଣ ପ…

