ପୁରୀ : ପୁରୀ ରେଳଷ୍ଟେସନ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟପାଳ ହରିବାବୁ କମ୍ଭମପଟି। ପୁରୀ ରେଲୱେ ଷ୍ଟେସନର ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ପୁରୀକୁ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଉଥିବା ବେଳେ ଯାତ୍ରୀଙ୍କୁ ଅଧିକ ସୁବିଧା ପ୍ରଦାନ ପାଇଁ ପୁରୀ ରେଳ ଷ୍ଟେସନରେ ନବୀକରଣ କାର୍ଯ୍ୟ ରେଳ ବିଭାଗ ପକ୍ଷରୁ କରାଯାଉଛି। ନୂଆ ଟର୍ମିନାଲ ନିର୍ମାଣ ସହିତ ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ କରାଯାଉଛି। ଯାତ୍ରୀଙ୍କ ରହଣୀ ପାଇଁ ଶହେଟି କୋଠରୀ ନିର୍ମାଣ କରାଯାଉଛି। ପୁରୀକୁ ଏକ ବିଶ୍ବସ୍ତରୀୟ ରେଲୱେ ଷ୍ଟେସନ ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଆସନ୍ତା ୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ।

