ଭୁବନେଶ୍ବର: ସର୍ବଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍) ଏବଂ ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ)ର ମିଳିତ ଆନୁକୂଲ୍ୟରେ ସୋମବାରଠାରୁ କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଜାତୀୟ ସିନିୟର୍ ଆର୍ବିଟର (ଏସ୍ଏନ୍ଏ) ସେମିନାର ଓ ପରୀକ୍ଷା ଉଦଘାଟିତ୍ ହୋଇଛି । ଏହି ଦୁଇଦିନିଆ ଇଭେଣ୍ଟରେ ବିଭିନ୍ନ ରାଜ୍ୟରୁ ୩୨ ଜଣ ଚେସ୍ ଖେଳାଳି ଓ ପରିଚାଳକ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଓଡ଼ିଶା ଚେସକୁ ଜୀବନବ୍ୟାପୀ ସାଧନା ପାଇଁ ଏଆଇସିଏଫ୍ ଇଭେଣ୍ଟ କମିଟି ସଦସ୍ୟ ତଥା ଅନ୍ତ୍ରଜାତୀୟ ଆର୍ବିଟର, ପ୍ରଶିକ୍ଷକ ରଞ୍ଜନ ମହାନ୍ତି (ଆଇଆରଏସ୍) ଙ୍କୁ ଏଓସିଏଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଓସିଏ ସଭାପତି ସତ୍ୟରଞ୍ଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘଟନୀ ଉତ୍ସବରେ ସମ୍ବାଦର ବରିଷ୍ଠ କ୍ରଡା ସାମ୍ବାଦିକ ସୁରେଶ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ କିଟ୍-କିସ୍ କ୍ରୀଡା ବିଭାଗ ମହାନିର୍ଦ୍ଦେଶକ ଡ.ଗଗନେନ୍ଦୁ ଦାଶ, ବରିଷ୍ଠ ଆଇଆରଏସ୍ ରଞ୍ଜନ ମହାନ୍ତି, ଇଭେଣ୍ଟର ମୁଖ୍ୟ ଅଧ୍ୟାପକ ତଥା ଅନ୍ତ୍ରଜାତୀୟ ଅର୍ବିଟର ଆର ଅନନ୍ତ ରମଣ, ଏଓସିଏ ଯୁଗ୍ମ ସମ୍ପାଦକ ଉବେଶ ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ପ୍ରଦୀପ ମହାନ୍ତି, କୋଷାଧ୍ୟକ୍ଷ ବିଧୂଭୂଷଣ ମିଶ୍ର, ଚେସ୍ ସଂଗଠକ ଶୁବାଶିଷ ପଟ୍ଟନାୟକ, ମନୋଜ ପରିଡା, ଲଲାଟ୍ କେଶରୀ ସାମଲ୍, ବିକ୍ରମ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

