ସିନିଅର ତେଲୁଗୁ ଅଭିନେତ୍ରୀ ପାଭାଲା ଶ୍ୟାମଳା ୧୯୮୫ ମସିହାରୁ ଅନେକ ଫିଲ୍ମରେ ସପୋର୍ଟିଂ ଭୂମିକାରେ ଅଭିନୟ କରି ଆସୁଛନ୍ତି । କିନ୍ତୁ ଗତ କିଛି ବର୍ଷ ଧରି ଏହି ଅଭିନେତ୍ରୀ ଜଣକ କଷ୍ଟ କରିଆସୁଛନ୍ତି । କାହିଁକିନା ଆର୍ଥିକ ଭାବେ ସେ ସଂଘର୍ଷ କରିଆସୁଥିଲେ ।
ରିପୋର୍ଟ ଅନୁଯାୟୀ ଟଙ୍କା କମ୍ ପଡିବାରୁ ମଧ୍ୟ ହସ୍ପିଟାଲ ତାଙ୍କୁ ଫେରାଇ ଦେଇଥିଲା । ଡ୍ରାଇଭର ତାଙ୍କୁ ଡେରି ରାତିରେ ଏକ ଛକରେ ଛାଡି ଦେଇଥିଲେ । ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ ଲୋକମାନେ ତାଙ୍କୁ ରାସ୍ତାରେ ଫସି ରହିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ତାଙ୍କୁ ଆରକେ ଫାଉଣ୍ଡେସନକୁ ନେଇଯାଇଥିଲା । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଡ୍ୟୁସର ରାଜୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ଡାକ୍ତରଙ୍କ ସହ ପରାମର୍ଶ କରି ଶ୍ୟାମଳାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜୁ ତାଙ୍କ ଦଳକୁ ହସ୍ପିଟାଲ ପଠାଇଥିଲେ । ଯେଉଁଥି ପାଇଁ ଶ୍ୟାମଳା ଏବଂ ତାଙ୍କ ଝିଅ ଭାବ ପ୍ରବଣ ହୋଇ ପ୍ରଡ୍ୟୁସରଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହାରି ମଧ୍ୟରେ ଆରକେ ଫାଉଣ୍ଡେସନର ଡାକ୍ତର ରାମକୃଷ୍ଣ ଡିଜିଟାଲ୍ କହିଛନ୍ତି ଯେ, ଗତ ୨ ରୁ ୩ ବର୍ଷ ଧରି ଅଭିନେତ୍ରୀ ଆମ ଫାଉଣ୍ଡେସନରେ ମାଗଣା ଚିକିତ୍ସା ପାଉଛନ୍ତି । କିନ୍ତୁ ଆମ ଫାଉଣ୍ଡେସନରେ ହାର୍ଟ ରୋଗର ଚିକିତ୍ସା ପାଇଁ ବିଶେଷ ସୁବିଧା ନଥିବାରୁ ତାଙ୍କୁ ବାହାରକୁ ଯିବାକୁ ପଡିଲା । ଏଥିସହ ୨୦୨୧ ମସିହାରେ ରାଜ ନିଦିମୋରୁ ଏବଂ କୃଷ୍ଣା ଡିକେ ବରିଷ୍ଠ ଅଭିନେତ୍ରୀଙ୍କୁ ସାହାଯ୍ୟ କରିବାକୁ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ନିବେଦନ କରିଥିଲେ ଏବଂ ଦୟନୀୟ ସ୍ଥିତି ସମ୍ପର୍କରେ ଜଣାଇଥିଲେ । ସେମାନେ ମିଲାପ ପ୍ଲାଟଫର୍ମ ଦ୍ବାରା ସାହାଯ୍ୟ ବଟି ସଂଗ୍ରହ କରି ଶ୍ୟାମଳାଙ୍କୁ ଚଳିବାକୁ ଦେଇଥିଲେ । ବର୍ଷ ବର୍ଷ ଧରି, ସାଇ ଦୁର୍ଗା ତେଜ, ଚିରଞ୍ଜିବୀ, ପବନ କଲ୍ୟାଣ ଏବଂ ଆଲ୍ଲୁ ଅର୍ଜୁନଙ୍କ ପରି ଅଭିନେତାମାନେ ମଧ୍ୟ ସେମାନଙ୍କର ସମର୍ଥନ କରିଥିଲେ ।
ଶ୍ୟାମଳା ଗୋଲିମାର, ଖଡଗମ, ଆନ୍ଧ୍ରବାଲା ଏବଂ ବର୍ଷମ ଭଳି ଫିଲ୍ମର ହାସ୍ୟରସ ଭୂମିକା ପାଇଁ ଖୁବ୍ ଜଣାଶୁଣା । ତାଙ୍କର ଶେଷ ଫିଲ୍ମ ମାଥୁ ଭାଡାଲାରା ଥିଲା । ଯାହା ୨୦୧୯ ମସିହାରେ ରିଲିଜ ହୋଇଥିଲା । ତାଙ୍କର କିଛି ସିନ୍ ମିମ୍ ଭାବେ ଖୁବ୍ ଚର୍ଚ୍ଚିତ ।

