ଜଳେଶ୍ବର: କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ଯୁତ ସାମନ୍ତଙ୍କ ଦ୍ବାରା ପ୍ରତିଷ୍ଠିତ ଆର୍ଟ ଅଫ ଗିଭିଂ କାର୍ଯ୍ଯକ୍ରମର ୧୩ତମ ପ୍ରତିଷ୍ଠା ଦିବସ ଅବସରରେ ବାଲେଶ୍ବର ଭୋଗରାଇ ବ୍ଲକ ଖଳାବାଡିଆ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଥିମ ରହିଛି ସେୟାର ଟୁ ସାଇନ । ଆର୍ଟ ଅଫ ଗିଭିଙ୍ଗର ବାଲେଶ୍ବର ଜିଲ୍ଲା ସଂଯୋଜକ ବରିଷ୍ଠ ଆଇନଜିବୀ ଅନୀଲ କୁମାର ପରିଡାଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମ ରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ର ଉଦଘାଟନ କରିଥିଲେ ।
ସମ୍ମାନିତ ଅତିଥୀ ଭାବରେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ଯକ୍ଷ ପ୍ରବୀର ଗିରି ଏବଂ ବହୁ ମାନ୍ୟଗଣ୍ୟ ବ୍ଯକ୍ତି ବିଶେଷ ଯୋଗଦେଇ ଥିଲେ । ଡକ୍ଟର ଅଚ୍ଯୁତ ସାମନ୍ତ ଙ୍କ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ନିରନ୍ତର ପ୍ରୟାସ କୁ ପ୍ରଶଂସା କରିବା ସହିତ ସମସ୍ତେ ଡକ୍ଟର ସାମନ୍ତ ଙ୍କ ଠାରୁ ପ୍ରେରଣା ନେବା ଆବଶ୍ଯକ ବୋଲି ଅତିଥି ମାନେ କହିଥିଲେ । ଭଲି ବଲ ପ୍ରତିଯୋଗିତାରେ ଶହେ ରୁ ଅଧିକ ଖେଳାଳୀ ଯୋଗଦେଇଥିଲେ । ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଖେଳାଳୀ ମାନଙ୍କୁ ଭଲିବଲ କିଟ୍ ପ୍ରଦାନ କରା ଯାଇ ଥିଲା । କାର୍ଯ୍ୟକ୍ରମ ଶେଷରେ ବିଶିଷ୍ଟ ବ୍ଯକ୍ତି ବିଶେଷ ଏବଂ ଛାତ୍ର ଛାତ୍ରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।
କଟକ: କଟକ ପଞ୍ଚମୁଖୀ ଖେଳ ପଡ଼ିଆରେ ପାଳିତ ହୋଇଛି ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନରେ ୨୦୧୩ ମସିହାରୁ“ଆର୍ଟ ଅଫ୍ ଗିଭିଂ” ପାଳିତ ହୋଇ ଆସୁଥିବା ବେଳେ ୧୩ତମ ସଂସ୍କରଣ କଟକ ସହରରେ ଉତ୍ସାହର ସହ ପାଳନ କରାଯାଉଛି । ଚଳିତ ବର୍ଷର ଥିମ ସେୟାର ଟୁ ସାଇନ୍ କୁ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ଏକ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଉତ୍କଳ ଭଲିବଲ କ୍ଲବ ପକ୍ଷରୁ ଏହି ପ୍ରଦର୍ଶନୀ ମ୍ୟାଚ ହୋଇଥିବା ବେଳେ ଆୟୋଜିତ କ୍ଷୁଦ୍ର ସଭାରେ ଡକ୍ଟର ସାମନ୍ତଙ୍କ ଜୀବନୀ ଓ ସମାଜକୁ ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ କିଟ୍, କିସ ପକ୍ଷରୁ ୟଙ୍ଗ ଉତ୍କଳ ଭଲିବଲ କ୍ଲବକୁ ଏକ ଭଲିବଲ ନେଟ୍ ଓ ୩ଟି ଭଲିବଲ ପ୍ରଦାନ କରାଯାଇଥିଲା ।

