ନୀଳଗିରି,ତା,୧୨/୦୫-
ଆଜି ପଞ୍ଚଲିଙ୍ଗେଶ୍ଵର ଶୈବପୀଠ ପାଦ ଦେଶରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ର ନୂତନ ଦାରୁ ବିଗ୍ରହ ନିର୍ମାଣ ନିମନ୍ତେ ଦାରୁ ଛେଦନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଉଅଛି ।ଏହି ମହାନ
ଦାରୁ ସଂଗ୍ରହ କାର୍ଯ୍ୟକ୍ରମ ରେ ସମସ୍ତ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଙ୍କୁ ମନ୍ଦିର
କମିଟି ପକ୍ଷରୁ ଯୋଗଦାନ
କରି ମହାପ୍ରଭୁ ଙ୍କ ଆଶିଷ ଲାଭ କରି ବାକୁ ନିବେଦନ
କରାଯାଇଛି।ସୂଚନା ରୁ ଜଣାଯାଇଛି,ମା,ଗଡ ମଙ୍ଗଳା ଙ୍କ ସ୍ଵପ୍ନା ଦେଶ ପରେ ,ପୁରୀ ତଥା ନୀଳଗିରି ଜଗନ୍ନାଥ ମନ୍ଦିର ଦ୍ଵାରା ବାଉଁଶ ବଣିଆ ପଞ୍ଚାୟତ ର ସାନ-ପାଟପୁର ଝିଲୀ ପୋଖରୀ ଓ ମାନଗଡ଼ ଗ୍ରାମ ରେ ଦାରୁ ଚିହ୍ନଟ କରାଯାଇଛି। ଏଥି ନିମନ୍ତେ ଝିଲି ପୋଖରୀ ନିକଟରେ ଏକ
ମହାଯଜ୍ଞ ର ଆୟୋଜନ କରା ଯାଇଛି।ଦିନ ୧୧ଘଟିକା ସମୟ ରେ ପ୍ରସାଦ ସେବନ ପରେ ବର କାଠ ରେ ନିର୍ମିତ ଚାରିଚକ ବିଶିଷ୍ଟ ଶକଟ ରେ ଉକ୍ତ ଦାରୁ ଗୁଡ଼ିକୁ ଟାଣି ଟାଣି ମନ୍ଦିର ନିକଟ
କୁ ନେବାକୁ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ମାନଙ୍କୁ
ନିବେଦନ କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ,ପୁରାଣ ବର୍ଣ୍ଣିତ,
ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଦାରୁ ସଂଗ୍ରହ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ । ପ୍ରଥମଟି ହେଉଛି ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ରଥକାଠ ସଂଗ୍ରହ ଓ ଅନ୍ୟଟି ହେଉଛି ନବକଳେବର ସମୟରେ ଦାରୁ ସଂଗ୍ରହ । ଶ୍ରୀଗୁଣ୍ଡିଚା ପାଇଁ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସମସ୍ତ ଦାରୁ ଶ୍ରୀମନ୍ଦିରରେ ପହଞ୍ଚିଥାଏ । ରାଜ ପ୍ରତିନିଧି, ଚତୁର୍ବେଦୀୟ ବ୍ରାହ୍ମଣ, ରାଜ ପୁରୋହିତ ଓ ଶିଳ୍ପଵିଦ୍ୟା ନିପୁଣ ସୂତ୍ରଧର ମାନେ ଦାରୁ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥାଆନ୍ତି । ଦାରୁ ସଂଗ୍ରହ ପୂର୍ବରୁ କେଉଁଦାରୁ ସଂଗୃହୀତ ହେବ ଓ ତାର ଲକ୍ଷଣ ଇନ୍ଦ୍ରନୀଳମଣି ପୁରାଣରେ ଲିପିବଦ୍ଧ ରହିଛି । ସାଧାରଣତଃ ନିମବୃକ୍ଷର କାଠରେ ଜଗନ୍ନାଥଙ୍କ କାର୍ଯ୍ୟ ସମ୍ପନ୍ନ ହୁଏ । ସେ ନିମବୃକ୍ଷର ସ୍ଵାଦ ତିକ୍ତ ପରିବର୍ତ୍ତେ ଅଳ୍ପ ମଧୁର ଅଟେ । ବୃକ୍ଷରେ କୀଟଦ୍ରଂଷ୍ଟ ଚିହ୍ନ ବା ବଜ୍ରପାତର ଚିହ୍ନ ରହିନଥାଏ । ସେ ବୃକ୍ଷରେ ପକ୍ଷୀମାନେ ବସା ବାନ୍ଧିନଥାନ୍ତି । ବୃକ୍ଷକୁ ବିଷଧର ସର୍ପ ଜଗିରହି ଥାନ୍ତି । ଅନ୍ୱେଷଣକାରୀ ସେ ସର୍ପ ସ୍ଥାନ ଛାଡିଯିବାର ଲକ୍ଷ୍ୟ କରିଥାନ୍ତି । ଦାରୁବୃକ୍ଷ ସରଳ ଓ ଆକର୍ଷଣୀୟ ହୋଇଥାଏ । ମା ମଙ୍ଗଳାଙ୍କ ସ୍ବପ୍ନାଦେଶ ପରେ ଦାରୁ ଚିହ୍ନଟ ହୋଇଥାଏ । ସୂତ ସଂହିତାର ବର୍ଣ୍ଣନା ଅନୁଯାୟୀ ଦାରୁର ବର୍ଣ୍ଣ କୃଷ୍ଣ, ଶ୍ୱେତ, ପୀତ ଓ ରକ୍ତବର୍ଣ୍ଣ ସହ ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନ ଥିବା ବିଧେୟ । ଦାରୁ ଆଣିବାପାଇଁ ଚାରିଚକ ବିଶିଷ୍ଟ ଶକଟ ବ୍ୟବହାର ହୁଏ । ଏହି ଶକଟର ଚକ ବରକାଠରେ, ଦଣ୍ଡା କେନ୍ଦୁକାଠରେ ଓ ଅଖ ତେନ୍ତୁଳି ବା ବେଲକାଠରେ ନିର୍ମିତ ହୋଇଥାଏ । ସର୍ବୋପରି ବେତଦଉଡ଼ି ବା କତାଦଉଡ଼ିରେ ଶକଟ ଟଣା ଯାଇଥାଏ ବୋଲି
ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ମତ ପ୍ରକାଶ କରିଛନ୍ତି।

