ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୩ ୱିକେଟରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୧୦ ରନ୍ କରିଥିଲା । ପଞ୍ଜାବ ଦେଇଥିବା ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାବକୁ ୩ ଓ୍ଵିକେଟରେ ହରାଇଛି । ତେବେ ପଞ୍ଜାବ ଦେଇଥିବା ଟାର୍ଗେଟକୁ ପିଛା କରି ଦିଲ୍ଲୀ ୩୩ ରନରେ ୩ ୱିକେଟ ହରାଇଥିଲା କିନ୍ତୁ ଅକ୍ଷର ପଟେଲଙ୍କ ୫୬ ରନର ଯୋଗଦାନ ବହୁତ ଗୁରୁତ୍ବପୂର୍ଣ୍ଣ ରହିଥିଲା । ଏହି ମ୍ୟାଚରେ ଅକ୍ଷର ପଟେଲ ଏକ ଭୁଲ୍ କରିଥିଲେ, ଯେଉଁଥିପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିଛି ।
ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକଙ୍କୁ ସ୍ଲୋ ଓଭର ପାଇଁ ଜରିମାନା ଲାଗିଛି । ଚଳିତ ସିଜିନରେ ଦିଲ୍ଲୀ ଟିମର ପ୍ରଥମ ଅପରାଧ । ଏହି କାରଣ ଯୋଗୁଁ ଅକ୍ଷର ପଟେଲଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି ।
ଆଇପିଏଲ ଜାରି କରିଥିବା ବୟାନରେ କୁହାଯାଇଛି, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲଙ୍କୁ ଜରିମାନା ଲାଗିଛି । ୫୫ତମ ମ୍ୟାଚରେ ଦିଲ୍ଲୀ ଟିମ୍ ସ୍ଲୋ ଓଭରରେ ଖେଳିଥିଲା । ଆଇପିଏଲ ଆଚାର ସଂହିତ ଅନୁଚ୍ଛେଦ ୨.୨୨ ଅନୁଯାୟୀ, ସ୍ଲୋ ଓଭର ସହିତ ଜଡିତ ଅପରାଧ । ଏହା ଚଳିତ ସିଜିନର ଦିଲ୍ଲୀ ଟିମର ପ୍ରଥମ ଅପରାଧ । ତେଣୁ ଅକ୍ଷର ପଟେଲଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି ।
ପଞ୍ଜାବ କିଙ୍ଗସକୁ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫରେ ଏଣ୍ଟ୍ରି ପାଇଁ ଆଶା ଉଜ୍ଜୀବିତ ରଖିଛି । ଦିଲ୍ଲୀ ୧୨ ମ୍ୟାଚରୁ ୫ଟି ଜିତି ୧୦ ପଏଣ୍ଟ ହାସଲ କରି ୭ ନଂ ସ୍ଥାନରେ ରହିଛି । ସେହିପରି ପଞ୍ଜାବ ଲଗାତାର ୪ଟି ମ୍ୟାଚ ହାରି ୪ର୍ଥ ସ୍ଥାନକୁ ଖସିଛି । ପଞ୍ଜାବ ୧୧ଟି ମ୍ୟାଚ୍ ଖେଳି ୬ଟି ଜିତି ୧୩ ପଏଣ୍ଟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲ୍ସର ଆଗାମୀ ମ୍ୟାଚ ମଇ ୧୭ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରହିଛି ।

