ତିହିଡି, ୦୩.୦୫: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ, ଆରୁହାରେ ଆଦର୍ଶ ତଥା ପ୍ରିୟ ଶିକ୍ଷକ ଲଲାଟେନ୍ଦୁ ମହାପାତ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡାଙ୍କ ପୌରହିତ୍ୟରେ ବିଦ୍ୟାପୀଠ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ସୁପ୍ରଭା ପାଣି, ମୁଖ୍ୟ ବକ୍ତାଭାବେ ସମିତି ସଭ୍ୟ ନକୁଳ ଚରଣ ବାରିକ, ସମ୍ମାନୀତ ଅତିଥଭାବେ ବିଦ୍ୟାପୀଠର ପ୍ରାଣପ୍ରତିଷ୍ଠାତାଙ୍କ ଦାୟାଦ ମୀନକେତନ ସେନାପତି, ବିଶିଷ୍ଟ ଶିକ୍ଷାବିତ ଭାଗିରଥି ଆଚାର୍ଯ୍ୟ, ଶିକ୍ଷାବିତ୍ ପ୍ରଫୁଲ କୁମାର ନାୟକ ଓ ପ୍ରଦୀପ ବାରିକ ପ୍ରମୁଖ ମଞ୍ଚାସୀନ ହୋଇ ବିଦାୟୀ ଶିକ୍ଷକ ଲଲାଟେନ୍ଦୁ ମହାପାତ୍ର ଜଣେ ଅନୁଷ୍ଠାନ ପ୍ରେମୀ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ ବୋଲି ମତପ୍ରକାଶ କରିଥିଲେ । ଅମୁଲ୍ୟ ରାଉତ, ରତିକାନ୍ତ ଦାସ, ଜିତେନ୍ଦ୍ର ସେନାପତି, ଭକ୍ତବନ୍ଧୁ ପତି, ପ୍ରକାଶ ଚନ୍ଦ୍ର ପତ୍ରି, ଗଂଗାଧର ବେହେରା, ସଞ୍ଜୟ ସେନାପତି, ବିପ୍ଳବ ରଞ୍ଜନ ପହି, ଦୈତାରୀ ଜେନା, ଅନିରୁଦ୍ଧ ବାରିକ, କୃପାସିନ୍ଧୁ ମହାନ୍ତି, ଅଜୟ ମଲ୍ଲିକ, ସଞ୍ଜିବ ବାରିକ, ନିତ୍ୟାନନ୍ଦ ମଲ୍ଲିକ ଓ ଜୟନ୍ତ କୁମାର ମହାନ୍ତି ପ୍ରମୁଖ ଲଲାଟେନ୍ଦୁ ଥିଲେ ଜଣ ସଂଗ୍ରାମୀ, ସଂଗଠନ ପ୍ରେମୀ ଓ ଛାତ୍ରବତ୍ସଳ ବୋଲି କହିଥିଲେ । ସେହିପରି ଛାତ୍ରଛାତ୍ରୀମାନେ ବିଦାୟୀ ଶିକ୍ଷକଙ୍କ ପ୍ରତି କୋହଭରା ବକ୍ତବ୍ୟ ଦେଇଥିଲେ । ଦିର୍ଘ ୩୨ ବର୍ଷ ଧରି କାର୍ଯ୍ୟକରି ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ହୋଇ ପାରିଥିଲେ । ସରକାରଙ୍କ ପକ୍ଷରୁ ସେ ଅତିଥି ଶିକ୍ଷକ ନିଯୁକ୍ତ ପାଇଲେ ଆହୁରି କିଛିବର୍ଷ ଶିକ୍ଷାଦାନ କରି ଉତ୍ତମ ଛାତ୍ରଛାତ୍ରୀ ତିଆରି କରିବାରେ ସକ୍ଷମ ହୋଇ ପାରନ୍ତେ ବୋଲି କେତେକ ମତପ୍ରକାଶ କରିଥିଲେ । ଅନ୍ୟପଟେ ସରକାରଙ୍କ ଅବହେଳା ବିରୋଧରେ ସ୍ୱର ଉଠାଇବାରେ ମାହିର ଥିଲେ ଲଲାଟେନ୍ଦୁ ମହାପାତ୍ର । ନିଜର ହକ ପାଇଁ ଲଢେଇ ନ୍ୟାୟରେ ସେ ବ୍ଲକ, ଜିଲ୍ଲା ତଥା ରାଜ୍ୟ ସ୍ତରରେ ଶିକ୍ଷକ ସଂଗଠନ ଚିହ୍ନା ମୁହଁ ଥିଲେ । ତାଙ୍କର ଅବସର ଗ୍ରହଣ ସଂଗଠନ ପ୍ରତି ଏକ ବିପୁଳ କ୍ଷତିର କାରଣ ହେବ ବୋଲି କେତେକ ଶିକ୍ଷକ ନେତା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଶିକ୍ଷକ ସୁବାଶ ଚନ୍ଦ୍ର ଦାସ ମଞ୍ଚ ସଞ୍ଚାଳନା କରିଥିବା ବେଳେ ଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷକ ନୃସିଂହ ଚରଣ ପଣ୍ଡା ବେଦପାଠ କରିଥିଲେ । ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ ଓ ପ୍ରାଣକୃଷ୍ଣ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦାଉଦ୍ ଅଲ୍ଲୀ ସାହାଜୀ, ଅଭୟ କୁମାର ସେନାପତି, ଅଶୋକ ନାୟକ, ବୈକୁଣ୍ଠ ନାୟକ, ବାଇଧର ଜେନା, ରତ୍ନାକର ପରିଡା, ସୋମନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ଶତାଧିକ ଅଭିଭାବକ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

