ତିହିଡି, ୦୨.୦୫: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ପୁରୁଣାବଜାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ସଫଳତା ହାସଲ କରିଛି । ଏ-ୱାନରେ ଉଲକାଜ୍ୟୋତି ଦଳାଇ ୫୫୧ ନମ୍ବର ରଖି ଶିକ୍ଷାକେନ୍ଦ୍ରର ସମ୍ମାନ ରଖିଥିବା ବେଳେ ଏ-ଟୁରେ ୮ ଜଣ, ବି-ୱାନରେ ୧୨ ଜଣ, ବି-ଟୁରେ ୯ ଜଣ, ସିରେ ୧୦ ଜଣ, ଡିରେ ୨ ଜଣ ଓ ଇରେ ଜଣେ ଏପରି ସଫଳତା ମିଳିଥିବା ଜଣା ଯାଇଛି । ଏହି ଶିକ୍ଷାକେନ୍ଦ୍ର ଜରିଆରେ ମୋଟ ୪୩ ଜଣ ମେଟ୍ରିକ୍ ପରୀକ୍ଷା ଦେଇଥିଲେ ଏବଂ ଶହେ ପ୍ରତିଶତ ସଫଳତା ମିଳିଥିବା ଜଣା ଯାଇଛି । ଶିକ୍ଷାକେନ୍ଦ୍ରର ଶିକ୍ଷକ/ଶିକ୍ଷୟିତ୍ରୀମାଙ୍କର ଉତ୍ତମ ଶିକ୍ଷାଦାନ ଯୋଗୁଁ ଏପରି ସଫଳତା ମିଳିଥିବା ଛାତ୍ରଛାତ୍ରୀ ଓ ଅବିଭାବକ ମହଲରୁ ମତପ୍ରକାଶ ପାଇଛି ।

