ବେଙ୍ଗାଲୁରୁ : କର୍ଣ୍ଣାଟକ ବେଙ୍ଗାଲୁରୁ ସହରରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ୭ ଜଣଙ୍କ ଜୀବନ ଚାଲିଯାଇଛି । ପ୍ରବଳ ବର୍ଷା ଯୋଗୁଁ ହସପିଟାଲର ପୁରୁଣା କାନ୍ଥ ନିକଟରେ ବାଟରେ ଯାଉଥିବା ଲୋକମାନେ ଆଶ୍ରୟ ନେଇଥିଲେ । କିନ୍ତୁ ପ୍ରବଳ ବର୍ଷା କାନ୍ଥ ଭୁଶୁଡି ପଡିଥିଲା । ଘଟଣା ପରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରତ୍ୟେକ ପୀଡିତ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ।
ଖବର ମୁତାବକ, ସହରର କିଛି ସ୍ଥାନରେ ଗତକାଲି ରାତିରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ବୋରିଂ ଏବଂ ଲେଡି କର୍ଜନ ହସପିଟାଲର କାନ୍ଥ ଭୁଶୁଡିପଡିଥିଲା । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରତ୍ୟେକ ପୀଡିତ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ସମସ୍ତ ମୃତକ ଫୁଟପାଥରେ ଠେଲାରେ ବେପାର କରୁଥିଲେ । କାନ୍ଥ ଭୁଶୁଡିବା ଯୋଗୁଁ ରାସ୍ତାରେ ଯାଉଥିବା ଲୋକ ଫସିଯାଇଥିଲେ । ଘଟଣା ପରେ ମୁଖ୍ୟମନ୍ତ୍ରୀ ହସପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କୁ ସାକ୍ଷାତ କରିବାକୁ ଆସିଥିଲେ ।
ଘଟଣା ପରେ ସ୍ଥାନୀ ଲୋକ ଏବଂ ଆଖପାଖର ଲୋକ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । କିଛି ଲୋକଙ୍କୁ କାନ୍ଥ ତଳୁ ବାହାର କରିବାରେ ସକ୍ଷମ ହୋଇଥିଲେ । ଏହାପରେ ଜରୁରୀକାଳୀନ ଟିମକୁ ଆଲର୍ଟ କରାଯାଇ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।
ପୋଲିସ କମିଶନର ସମେତ ସିନିଅର ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ତେବେ ପ୍ରବଳ ବର୍ଷା ଯୋଗୁଁ ଗଛ ଭାଙ୍ଗି ଅନେକ ଗାଡ଼ି ଭାଙ୍ଗିରୁଜି ଯାଇଛି । ୫୦ରୁ ଅଧିକ ଗଛ ଭାଙ୍ଗିଛି । ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରାବରାହ ବିଚ୍ଛିନ୍ନ ହୋଇଛି । ଅନେକ ରାସ୍ତା ଜଳମଗ୍ନ ହୋଇଛି ।

