କଟକ : ପୋଲିସକୁ ଛୁରାମାଡ଼ । କଟକ ଷଷ୍ଠ ବାଟାଲିୟନ ପରିସରରେ ପୋଲିସ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ କିଛି ଅସାମାଜିକ ବ୍ୟକ୍ତି । ଏଥିରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ତାଙ୍କ ମୁଣ୍ଡ, ପିଠି ଓ ହାତରେ ଗଭୀର ଆଘାତ ଲାଗିଥିଲା । ସମସ୍ତଙ୍କୁ ଚିକିତ୍ସା ପାଇଁ SCBରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।
ଗତକାଲି ରାତିରେ ବାଟାଲିୟନ କ୍ୟାମ୍ପସ ଭିତରେ ଥିବା ପୋଖରୀ କୂଳରେ ଦୁଇ ଜଣ ଯୁବକ ଓ ଯୁବତୀ ବସିଥିଲେ । ବାଟାଲିୟନର ଜଣେ ହାବିଲଦାର ସେମାନଙ୍କ ପରିଚୟ ପଚାରିବାରୁ ଉକ୍ତ ଯୁବକ ଓ ଯୁବତୀ ପାଟିତୁଣ୍ଡ କରିଥିଲେ । ସ୍ଥିତିକୁ ଦେଖି ପିସିଆର୍ ଭ୍ୟାନ୍ ପହଞ୍ଚିଥିଲା । ଯୁବକ ଜଣକ ଫୋନ କରି ନିଜର କିଛି ସାଙ୍ଗମାନଙ୍କୁ ଡକାଇଥିଲେ । କିଛି ଅସାମାଜିକ ଯୁବକ ସେଠାରେ ପହଞ୍ଚି ପୋଲିସ କର୍ମଚାରୀଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ସଂଘବଦ୍ଧ ଆକ୍ରମଣ କରିଥିଲେ । ଚାଉଳିଆଗଞ୍ଜ ଥାନା ପୋଲିସ ମାମଲାରେ ୫ ଜଣ ଆକ୍ରମଣକାରୀ ଯୁବକଙ୍କୁ ଥାନାରେ ଅଟକ ରଖିଛି । ଘଟଣାସ୍ଥଳରୁ ପୋଲିସକୁ ଆକ୍ରମଣ କରିଥିବା ଚାବି ରିଙ୍ଗ ଓ ଅନ୍ୟ କିଛି ସାମଗ୍ରୀ ଜବତ ହୋଇଛି ।

