ତିହିଡି, ୨୭.୦୪: ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୋଟ୍ ୭୯ ଅଭିଯୋଗର ଶୁଣାଣୀ ହୋଇଥିଲା । ବିଡ଼ିଓ ନିରଞ୍ଜନ ବାରିକଙ୍କ ପୌରହିତ୍ୟରେ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ, ଏସପି ମନୋଜ କୁମାର ରାଉତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ କୁମାର ପ୍ରହରାଜ, ଉପଜିଲ୍ଲାପାଳ ସୌରଭ ଚକ୍ରବ୍ର୍ତୀ, ଅତିରିକ୍ତ ଏସପି ପାର୍ଥ ଜଗଦୀଶ କଶ୍ୟପ, ତହସିଲଦାର ଜୟଦ୍ରରଥ ଆଚାର୍ଯ୍ୟ ଓ ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସ ଯୋଗ ଦେଇଥିଲେ । ସରକାରୀ ଜମି ଜବର ଦଖଲ, ରେସନ କାର୍ଡ, ଆଧାର କାର୍ଡ, ଭତ୍ତା, ଆବାସ ଯୋଜନା, ସରକାରୀ ସହାୟତା ଆଦି ଅର୍ନ୍ତଭୁକ୍ତ । ଏପରି ଶିବିର ଜରିଆରେ ନିୟମିତ ଅଭିଯୋଗର ସମାଧାନ କରାଯାଉଥିବାରୁ ଦିନକୁ ଦିନ ଏହାର ସଂଖ୍ୟା କମୁଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ତେବେ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ସମସ୍ୟା ସମ୍ପର୍କିତ ଅଭିଯୋଗର ତୁରନ୍ତ ତଦନ୍ତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ଜିଲ୍ଲା ତଥା ବ୍ଲକର ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ଶ୍ୱେତାଶ୍ରୀ ମହାପାତ୍ର, ଅତିରିକ୍ତ ବିଡ଼ିଓ ମୀନକେତନ ବାରିକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ସୌମ୍ୟା ସୁଚରିତା ମହାନ୍ତି, କୌଶିକ ଗିରି, ମନୋଜ ବେହେରା, ସୁବାଷ ଚନ୍ଦ୍ର ଦାସ, ଓ ସୁଧାଂଶୁ ଶେଖର ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

