ତିହିଡି଼, ୨୦.୦୪: ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମରେ ରବିବାର ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ମା ମଙ୍ଗଳା କୀର୍ତ୍ତନ ମଣ୍ଡଳୀ ଓ ଜୀବନଜ୍ୟୋତି ସେବା ସଙ୍ଗଠନ ମିଳିତ ଆୟୋଜନାରେ ଉକ୍ତ ଶିବିରକୁ ଡାକ୍ତରମାନଙ୍କ ସହ ଗ୍ରାମବାସୀମାନେ ଦୀପ ଜାଳି ଶିବିରକୁ ଉଦଘାଟନ କରିଥିଲେ । ଡା. ସିଦ୍ଧାନ୍ତ ରାଉତ, ଡା. ଚିତ୍ତରଞ୍ଜନ ଜେନା, ଡା. ସବ୍ୟସାଚୀ ଦାସ, ଡା. ଆଲୋକ କୁମାର ସିଂ ଓ ଡା. ଲଷ୍ମୀକାନ୍ତ ପଣ୍ଡା ପ୍ରମୁଖ ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୯୩ ଜଣ ରୋଗୀମାନଙ୍କର ଚିକିତ୍ସା କରିଥିଲେ । ରୋଗୀମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଏହାଛଡ଼ା ଶିବିରରେ ରକ୍ତଚାପ, ମଧୁମେହ, ଯକ୍ଷ୍ମା, ହିମୋଗ୍ଲୋବିନ ଇତ୍ୟାଦିର ପରୀକ୍ଷା କରାଯାଇଥିଲା । ତିହିଡି଼ ସ୍ୱାସ୍ଥ୍ୟକେନ୍ଦ୍ର ସୁପରଭାଇଜର ଅମରେନ୍ଦ୍ର ପୃଷ୍ଟି, ବିପ୍ଳବ ରଞ୍ଜନ ପତି, ପଦ୍ମାବତୀ ରାଉତ, ଜ୍ୟୋସ୍ନାମୟୀ ସାହୁ, ରଞ୍ଜିତା ମୁଣ୍ଡା ଓ ଲିଳିମା ନାୟକ ପ୍ରମୁଖ ଏହି ପରୀକ୍ଷାରେ ସହଯୋଗ କରିଥିଲେ । ଏହି ଅବସରରେ ଡାକ୍ତରମାନଙ୍କ ସହିତ ସମାଜସେବୀ ତ୍ରିଲୋଚନ ମହାଳିକ ଓ ତାଙ୍କ ପତ୍ନୀ ସୁମିତ୍ରା ମହାଳିକ, ବିଭୂତି ଭୂଷଣ ପାଟ, ସଚ୍ଚିଦାନନ୍ଦ ତ୍ରିପାଠୀ ଓ ଗୋପବନ୍ଧୁ ସେବକ ସେନା ସଭାପତି ରାଜୀବ କୁମାର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜୀବନଜ୍ୟୋତି ସଙ୍ଗଠନ ସଭାପତି ଦୀପକ କୁମାର ସ୍ୱାଇଁ, ଜ୍ୟୋତିର୍ମୟ ପାଣ୍ଡବ, ଉପଦେଷ୍ଟା ଶିକ୍ଷାବିତ ସନାତନ ସାହୁ, ଶୈଳେନ୍ଦ୍ର ବାରିକ, ରମେଶ ଚନ୍ଦ୍ର ବାରିକ, କ୍ଷମାମୟ ପାଣ୍ଡବ, ନିତ୍ୟାନନ୍ଦ ନାୟକ, ବୃନ୍ଦାବନ ରାଉତଙ୍କ ସମେତ ସମସ୍ତ କର୍ମକର୍ତ୍ତ।। ଏବଂ ସଦସ୍ୟଙ୍କ ତତ୍ତ୍ୱାବଧାନ ସହିତ ଆଶା କର୍ମୀ ଓ ଯୁବଗୋଷ୍ଠୀ ଶିବିର ପରିଚାଳନରେ ସହଯୋଗ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

