ତିହିଡି଼, ୨୦.୦୪: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ପକ୍ଷରୁ ୩ଟି ସ୍ଥାନରେ ଜଳଛତ୍ର ଶିବିର ସୋମବାର ପୂର୍ବାହ୍ନରେ ସରପଞ୍ଚ ସୁପ୍ରଭା ପାଣିଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି । ପଥଚାରୀ ଓ ଯାନବାହାନରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଏପରି ସୁବିଧା କରାଯାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ପଞ୍ଚାୟତ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ସିନ୍ଦୋଳ ପଞ୍ଚଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ, ଆରୁହା ହନୁମାନ ମନ୍ଦିର ଓ ବିନ୍ଧା ଛକରେ ଏହିସବୁ ଜଳଛତ୍ର ଶିବିର ଖୋଲା ଯାଇଛି । ଜଳଛତ୍ର ଶିବିର ଉଦ୍ଘାଟନ କାର୍ଯ୍ୟକ୍ରମରେ ଶ୍ରୀଧର ବାରିକ, ପ୍ରଦୀପ ଦାସ, ଶରତ ଲେଙ୍କା, ଦେବାଶିଶ ଦାସ, ଲକ୍ଷ୍ମୀଧର ଦାସ, ଗୋରାବାବୁ ସାହା, ସୟଦ୍ ନ୍ୟାଜୁଦ୍ଦିନ, ଘନଶ୍ୟାମ ବାରିକ, କୃତ୍ତିବାସ ଦାସ, ଜଗବନ୍ଧୁ ମଳିକ, ଅଜୟ ସାହୁ, ରବିନ୍ଦ୍ର ରାଉତ ଏବଂ ଲକ୍ଷ୍ମୀନାରାୟଣ କ୍ଲବ ଓ ଇନ୍ଦିରା ପଲ୍ଲୀ ସାହିତ୍ୟ ସଂସ୍କୃତିକ ସଂଗଠନର କାର୍ଯକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

