ଭୁବନେଶ୍ୱର, ୧୫ ଏପ୍ରିଲ, ୨୦୨୬:
ପୂର୍ବ ତଟ ରେଳପଥ ଭୁବନେଶ୍ୱରସ୍ଥିତ ଏହାର ମୁଖ୍ୟାଳୟ ରେଳ ସଦନଠାରେ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀକୁ ଗଭୀର ଶ୍ରଦ୍ଧା ଏବଂ ଆନନ୍ଦର ସହିତ ପାଳନ କରିଛି।

ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ରେଳପଥର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସମ୍ବିଧାନର ପ୍ରଣେତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମାନତା, ସ୍ୱାଧୀନତା ଓ ଭ୍ରାତୃତ୍ୱର ଆଦର୍ଶ ପ୍ରତି ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଓ ଆଜୀବନ ସମର୍ପଣକୁ ସ୍ମରଣ କରି, ରାଷ୍ଟ୍ର ନିର୍ମାଣ ଓ ସାମାଜିକ ପରିବର୍ତ୍ତନରେ ତାଙ୍କର ସ୍ଥାୟୀ ଅବଦାନକୁ ପ୍ରତିଫଳିତ କରାଯାଇଥିଲା।
ପ୍ରମୁଖ ମୁଖ୍ୟ କାର୍ମିକ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ, ଯେଉଁଥିରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଏହି ଅବସରରେ ବକ୍ତାମାନେ ଆଧୁନିକ ଭାରତକୁ ରୂପ ଦେବାରେ ଡକ୍ଟର ଆମ୍ବେଦକରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ସମାଜର ଅବହେଳିତ ବର୍ଗର ଉତ୍ଥାନ ପାଇଁ ତାଙ୍କର ନିରନ୍ତର ପ୍ରୟାସ ଏବଂ ସାମାଜିକ ପରିବର୍ତ୍ତନରେ ଶିକ୍ଷାର ପ୍ରସାର ଏବଂ ସଶକ୍ତିକରଣ ପ୍ରତି ତାଙ୍କର ଦୃଢ ସଂକଳ୍ପ ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମଟି ସାର୍ବଜନୀନ ସେବାରେ ସାମ୍ବିଧାନିକ ମୂଲ୍ୟବୋଧକୁ ବଜାୟ ରଖିବାର ଗୁରୁତ୍ୱକୁ ଦୋହରାଇବା ପାଇଁ ଏକ ଅବସର ଭାବରେ ମଧ୍ୟ କାର୍ଯ୍ୟ କରିଥିଲା। ଅଂଶଗ୍ରହଣକାରୀମାନେ ସେମାନଙ୍କର ବୃତ୍ତିଗତ ଦାୟିତ୍ୱରେ ନିରପେକ୍ଷତା ଏବଂ ଅଖଣ୍ଡତାକୁ ପ୍ରୋତ୍ସାହିତ କରି ଡକ୍ଟର ଆମ୍ବେଦକରଙ୍କ ଦୃଷ୍ଟିକୋଣକୁ ଆଗକୁ ବଢାଇବା ପାଇଁ ସାମୂହିକ ଭାବରେ ସଂକଳ୍ପ ନେଇଥିଲେ।
ଆମ୍ବେଦକର ଜୟନ୍ତୀ ଅବସରରେ ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଗୁଡିକରେ ଅଧିକାରୀ ଓ କର୍ମଚାରୀମାନେ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |
ପୂର୍ବ ତଟ ରେଳପଥରେ ଆମ୍ବେଦକର ଜୟନ୍ତୀର ପାଳନ ଡ଼ଃ ବି.ଆର୍. ଆମ୍ବେଦକରଙ୍କ ଅମର ଐତିହ୍ୟ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଓ ଦେଶସେବାରେ ନ୍ୟାୟ, ସମାନତା ଏବଂ ସମାବେଶୀ ବିକାଶର ସିଦ୍ଧାନ୍ତଗୁଡ଼ିକୁ ପ୍ରଚାର କରିବା ପ୍ରତି ପୂର୍ବ ତଟ ରେଳପଥର ପ୍ରତିବଦ୍ଧତାକୁ ଏହା ଆହୁରି ସୁଦୃଢ଼ କରୁଛି ।

