ତିହିଡି଼ – ଭଦ୍ରକ ଜିଲ୍ଲା ତିହିଡି଼ ତହସିଲ ଅଧୀନ ବାରୋ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ନାରାୟଣ ଚନ୍ଦ୍ର ବାରିକଙ୍କ ୬ ବଖରା ଘର ପୋଡି ପାଉଁଶ ହୋଇ ଯାଇଛି। ବୁଧବାର ଏ ସଂପର୍କରେ ନାରାୟଣ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି l ସେ ଦର୍ଶାଇଛନ୍ତି ଯେ, ସେ ଓ ତାଙ୍କ ସ୍ତ୍ରୀ ଶୋଇଥିବା ବେଳେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା l ପଡ଼ୋଶୀମାନେ ତାଙ୍କୁ ଡାକି ଉଠାଇବା ସହ ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ପରେ ତିହିଡି଼ରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଗ୍ରାମରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ନିଆଁ ଲାଗିବା ଫଳରେ ତାଙ୍କର ସମସ୍ତ ଆସବାବ ପତ୍ର, ଜରୁରୀ କାଗଜ ପତ୍ର ପୋଡ଼ି ଯାଇଥିବା ସେ ଦର୍ଶାଇଛନ୍ତି l ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

