ତିହିଡି଼, ୧୫.୦୪: ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଭାଟପଡ଼ା ମା ଭଗବତୀ ତାରିଣୀଙ୍କ ବାର୍ଷିକ ପୂଜା ଉତ୍ସବ ମହାସମାରୋହରେ ହୋଇଯାଇଛି । ପ୍ରଥମ ଦିନରେ ନାମଯଜ୍ଞ, ଦ୍ୱିତୀୟ ଦିନରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ଓ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା ବେଳେ ଚତୁର୍ଥ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୂତ୍ୟ ପ୍ରତିଯୋଗିତା ହୋଇଯାଇଛି । ବିଷୁବ ସଂକ୍ରାନ୍ତିରେ ଯଜ୍ଞ ପୂର୍ଣ୍ଣାହୁତି ଦିଆ ଯାଇଛି । ଶେଷ ଦିନରେ ପାଟୁଆ ମେଳଣ ହେବ ବୋଲି ଭାଟପଡା ମା ଭଗବତୀ ତାରିଣୀ କମିଟି ପକ୍ଷରୁ ସୂଚନା ମିଳିଛି । ଯଜ୍ଞର କର୍ତ୍ତା ଭାବେ ଲକ୍ଷ୍ମୀଧର ପତି ଓ ତାଙ୍କ ପତ୍ନୀ ଅପୂର୍ଣା ପତି ଓ ପୁରୋହିତ ପ୍ରସନ୍ନ କରଙ୍କ ସହିତ ୪ ଜଣ ସହଯୋଗୀ ପୂଜାକାର୍ଯ୍ୟ ତୁଲାଉଛନ୍ତି । ୧୯୮୮ ମସିହାରେ ବରଗଛ ଅଶ୍ୱତଥ ଗଛ ମୂଳେ ମା ଭାଗବତୀ ତାରିଣୀ ଆବିର୍ଭାବ ହୋଇଥିଲେ । ପରେ ମୁଖ୍ୟ ପୂଜକ ଦୀନବନ୍ଧୁ ବେହେରାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ପରବର୍ତ୍ତୀ ସମୟରେ ଭକ୍ତ ଲକ୍ଷ୍ମୀଧର ପତିଙ୍କର ମାନସିକ ପୂରଣ ହେବାରୁ ୧୯୯୬ ମସିହାରେ ସେ ପକ୍କା ମନ୍ଦିର ନିର୍ମାଣ କରିଥିଲେ । ପୂଜା କମିଟିର ଉପଦେଷ୍ଟା ରଘୁନାଥ ପାତ୍ର ଶୁକଦେବ ମଲ୍ଲିକ, ଲକ୍ଷ୍ମୀଧର ପତି, ତପନ କୁମାର ମିଶ୍ର, ସଭାପତି ଶୁଭ୍ରନାରାୟଣ ସେଠୀ, ସମ୍ପାଦକ ସୀତାକାନ୍ତ ନାୟକ, ମାୟାଧର ବାରିକ, ଯଯାତି କେଶରୀ ଦାସ, ପ୍ରତାପ କୁମାର ଯେନା, ଦେବବ୍ରତ ପାଢ଼ୀ, ସନାତନ ସାହୁ, ମାନସ ତ୍ରିପାଠୀ, ଗିରିଜା ଦାସ, ତାପସ କୁଣ୍ଡ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି ।

