ଭୁବନେଶ୍ବର: ନୟାପଲ୍ଲୀ ଆଇଡି ମାର୍କେଟରେ ଅଗ୍ନିକାଣ୍ଡ । ଗ୍ୟାସ ଲିକ୍ ଯୋଗୁଁ ଅଗ୍ନିକା ଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଉଠା ଦୋକାନ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରୁଛି ।
ସୂଚନୂଯୋଗ୍ୟ, ଦୁଇ ମାସ ତଳେ ପାରାଦୀପ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଜଳିଯାଇଥିଲା ୫୦ରୁ ଉର୍ଦ୍ଧ୍ବ ଦୋକାନ ଘର । ୩କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିଲା । ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ନିଆଁ ଲାଗିଥିଲା । ପରେ ପୁରା ମାର୍କେଟକୁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କିଛି ସମୟ ମଧ୍ୟରେ ପୁରା ମାର୍କେଟ ଜଳିଯାଇଥିଲା ।
ପରିବା, ଟଙ୍କା, ଓଜନକଣ୍ଟା, ସାଇକେଲ, ବାଇକ ସହ ବିଭିନ୍ନ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲା । ୬ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ଯୋଗୁ କୋଟି କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା ।

