ସାଲେପୁର: ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଭୟଙ୍କର ବାଣ ବିସ୍ଫୋରଣ ଘଟି ଜଣେ ଗୁରୁତର । ବ୍ୟକ୍ତି ଜଣକ ନିଶ୍ଚିନ୍ତକୋଇଲି ସରପଡ଼ାର ୬୫ ବର୍ଷୀୟ ବ୍ରଜ କିଶୋର ପୃଷ୍ଟି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ବ୍ରଜ ଦୀର୍ଘ ଦିନ ହେଲା ନିଶ୍ଚିନ୍ତକୋଇଲି ବଜାରରେ ଏକ ଘର ଭଡ଼ା ନେଇ ବାଣ ପ୍ରସ୍ତୁତ କରି ଆସୁଥିଲେ । ଗତକାଲି ରାତ୍ର ପ୍ରାୟ ସାଢ଼େ ଏଗାରଟା ବେଳେ ବାଣ ଭିଡୁଥିଲା ବେଳେ ଆକସ୍ମିକ ଭାବେ ବିସ୍ଫୋରଣ ଘଟିଥିଲା ।
ପ୍ରଚଣ୍ଡ ବିସ୍ଫୋରଣରେ ଏକାଧିକ ଦୋକାନ କ୍ଷତି ଗ୍ରସ୍ତ ହୋଇଥିଲା ବେଳେ ଅନେକ ଗାଡି ଭାଙ୍ଗି ରୁଜି ଯାଇଛି । ତେବେ ଘଟଣାସ୍ଥଳରେ ଗୁରୁତର ହୋଇଥିବା ବ୍ରଜଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନା ନ୍ତର କରାଯାଇଛି । ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

