ମହାକାଶ ଅଭିଯାନରେ ପାକିସ୍ତାନର ଐତିହାସିକ ସଫଳତା । ପ୍ରଥମ ପାକିସ୍ତାନୀ ମହାକାଶଚାରୀ ଭାବେ ପୃଥିବୀର କକ୍ଷପଥରେ ପହଞ୍ଚିଛନ୍ତି ମହମ୍ମଦ ଜିଶାନ ଅଲି । ଚୀନ୍ ର ଶେନଝୋଉ-୨୪ ମହାକାଶ ଅଭିଯାନରେ ସାମିଲ ହୋଇଛନ୍ତି ୪୦ ବର୍ଷୀୟ ଜିଶାନ । ଆଜି ଚୀନ୍ ର ଜିଉକୁଆନ୍ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ମହାକାଶକୁ ଉଡ଼ାଣ ଭରିଛି ଲଙ୍ଗ୍ ମାର୍ଚ୍ଚ-୨ଏଫ୍ ରକେଟ୍ । ଭାରତୀୟ ସମୟ ସକାଳ ୫ଟା ୪୮ ମିନିଟରେ ହୋଇଛି ଉତ୍ କ୍ଷେପଣ। ମହମ୍ମଦ ଜିଶାନ ଅଲିଙ୍କ ସହ ମହାକାଶ ଯାତ୍ରା କରିଛନ୍ତି ଚୀନ୍ ର ଦୁଇ ମହାକାଶଚାରୀ ଟାଙ୍ଗ୍ ହଙ୍ଗବୋ ଓ ୱୁ ୟି।
ଚୀନ୍ ର ନିଜସ୍ୱ ମହାକାଶ ଷ୍ଟେସନ ତିଆନଗଙ୍ଗରେ ପହଞ୍ଚିବା ପରେ ଜିଶାନ ହେବେ ଏହି ମହାକାଶ ଷ୍ଟେସନକୁ ଯିବାରେ ପ୍ରଥମ ବିଦେଶୀ ମହାକାଶଚାରୀ । ପାକିସ୍ତାନ ବାୟୁସେନାର ପାଇଲଟ୍ ଜିଶାନ ଅଲି ଏହି ଅଭିଯାନରେ ପେଲୋଡ୍ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ କରିବେ । ମହାକାଶ ଯାତ୍ରା ପୂର୍ବରୁ ଚୀନ୍ ରେ ସାତ ମାସ ଧରି ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଥିଲେ ଜିଶାନ । ଏପରିକି ଚୀନ୍ ର ମାଣ୍ଡାରିନ୍ ଭାଷା ମଧ୍ୟ ଶିଖିଥିଲେ । ମହାକାଶ ଷ୍ଟେସନରେ ପ୍ରାୟ ୫ରୁ ୧୦ ଦିନ ରହିବେ ଜିଶାନ ।
ମହାକାଶରେ ଖାଦ୍ୟ ଓ ଅମ୍ଳଜାନ ଉତ୍ପାଦନର ସମ୍ଭାବନା ନେଇ ବୈଜ୍ଞାନିକ ପରୀକ୍ଷଣ କରିବେ । ମହାକାଶ ପରିବେଶରେ କ୍ୱିନୋଆ ବୀଜ ଉପରେ କିଭଳି ପ୍ରଭାବ ପଡ଼ୁଛି, ସେନେଇ ମଧ୍ୟ ଗବେଷଣା କରିବେ । ସମ୍ପୂର୍ଣ୍ଣ ଶେନଝୋଉ-୨୪ ମିଶନରେ ୯୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ ଓ ପ୍ରଯୁକ୍ତିଗତ ପରୀକ୍ଷା କରାଯିବାର ଯୋଜନା ରହିଛି ଅଭିଯାନ ଶେଷ କରି ଶେନଝୋଉ-୨୩ ମହାକାଶଯାନରେ ପୃଥିବୀକୁ ଫେରିବେ ଜିଶାନ ।
୨୦୨୫ ଫେବ୍ରୁଆରୀରେ ମହାକାଶ ଗବେଷଣା ନେଇ ଚୀନ୍ ଓ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ଚୁକ୍ତି । ଏହି ଚୁକ୍ତି ଆଧାରରେ ପାକିସ୍ତାନୀ ମହାକାଶଚାରୀଙ୍କୁ ଚୀନ୍ ର ମହାକାଶ ଅଭିଯାନରେ ସାମିଲ କରାଯାଇଛି । ପାକିସ୍ତାନ ପାଇଁ ଏହା ଏକ ଐତିହାସିକ ମାଇଲଖୁଣ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଏହି ଅଭିଯାନ ଚୀନ୍ ଓ ପାକିସ୍ତାନ ମଧ୍ୟରେ ବୈଜ୍ଞାନିକ, ପ୍ରଯୁକ୍ତିଗତ ଏବଂ କୂଟନୈତିକ ସ

