ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ୱାର୍ଡ ନମ୍ବର ୮ ର ଜମାଇ କଲୋନୀ ସ୍ଥିତ ତାରକ ହାଲଦାର ଙ୍କ ଘରେ ମଧ୍ୟ ରାତ୍ରିରେ ଲୁଟ ହୋଇଥିବା ଦେଖିବାକୁ ମିଳିଛି।ରାତି ଅଧରେ ମୁହଁରେ କଳା କପଡା ବାନ୍ଧି କବାଟ ଭାଙ୍ଗିବା ସହ ତାରକ ଙ୍କୁ ଫାର୍ଶାରେ ଆକ୍ରମଣ କରିଥିଲେ ଫଳରେ ତାରକ ଗୁରୁତର ଅବସ୍ଥାରେ ସେମାନଙ୍କ ସମ୍ମୁଖରେ ପଡି ରହିଥିଲେ ତଥାପି ସେମାନେ ତାରକ କୁ ଛାଡି ନଥିଲେ।

ତାରକଙ୍କ ଘରୁ ତାରକ ଙ୍କୁ ମାଡ଼ ମାରି କିଛି ଟଙ୍କା, ମୋବାଇଲ,ସ୍ତ୍ରୀର ଦୁଇଟି କାନ ଫୁଲ, ସୁନା ଚୁଡ଼ି ଲୁଟ କରି ନେଇଛନ୍ତି।ଡକାୟତି ଙ୍କ ମାଡ଼ରେ ତାରକ ଙ୍କ ମୁଣ୍ଡ ଫାଟି ଯାଇଛି ଏବଂ ସେ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟ ରେ ଚିକିଶ୍ଚିତ ହୋଇ ଥିଲେ। ଘଟଣା ବିଷୟରେ ପୋଲିସ ଖବର ପାଇ ବିଳମ୍ବିତ ରାତିରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଆହତ ହୋଇଥିବା ତାରକ ନିଜେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଉମରକୋଟ ଅଞ୍ଚଳରେ ଚୋରି ସଂଖ୍ୟା ବଢ଼ିବାରେ ଲାଗିଛି ତେଣୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।

