ନୀଳଗିରି ଉପକାରାଗାର ସ୍ଥାନାନ୍ତରଣ ହେବ ନାହିଁ
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ପୋଲିସ ଡିଜି ଓ ପୂର୍ବତନ ପୁଲିସ ଡିଜି ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ପ୍ରକାଶ ମିଶ୍ରଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନୀଳଗିରି ଜେଲ୍ ସ୍ଥାନାନ୍ତରିତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଜେଲରେ କଏଦୀଙ୍କ ସଂଖ୍ୟା କମ ଓ ବାଲେଶ୍ୱର ମୁଖ୍ୟ ଜେଲ୍ ମାତ୍ର ୨୦ କିଲୋମିଟର ଭିତରେ ଥିବାରୁ ସରକାରଙ୍କ ତରଫରୁ ଏକପ୍ରକାର ସ୍ଥାନାନ୍ତରଣର ନିଷ୍ପତି ହୋଇଥିଲା, ସାଂସଦଙ୍କ ଅନୁରୋଧ କ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ନୀଳଗିରି ଉପକାରାଗାରକୁ ବାଲେଶ୍ୱର ଜେଲ ସହିତ ମିଶ୍ରଣ କରାଯିବ ନାହିଁ ବୋଲି ମତବ୍ୟକ୍ତ କରିବା ସହ ସରକାରୀ ନିର୍ଦେଶାବଳୀକୁ ପ୍ରତ୍ୟାହାର କରିବା ପାଇଁ ନିର୍ଦେଶ ଦେଇଛନ୍ତି।
ଏଥିପାଇଁ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ନୀଳଗିରି ଗଡଜାତ ମାଟିର ସନ୍ତାନ ହିସାବରେ ସମସ୍ତ ନୀଳଗିରି ବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।