BSNL ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା ଏକ ଜବରଦସ୍ତ ରିଚାର୍ଜ ପ୍ଲାନ୍ । ଯେଉଁଥିରେ ମିଳିବ ଢ଼େରସାରା ବେନିଫିଟ୍ସ । ତେବେ ଆସନ୍ତୁ ଜାଣିବା ଏହି ରିଚାର୍ଜ ପ୍ଲାନ୍ ବିଷୟରେ ।
BSNL ତାର ଫ୍ରିଡମ୍ ପ୍ଲାନ୍ ପୁଣି ଲଞ୍ଚ କରିଛି । ଭାରତ ସଂଚାର ନିଗମ ଲିମିଟେଡର ଆଣିଛି ୧ ଟଙ୍କିଆ ରିଚାର୍ଜ ପ୍ଲାନ୍ । ଏହି ୧ ଟଙ୍କା ରିଚାର୍ଜ ପ୍ଲାନ୍ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ ଏବଂ ଡାଟା ସମେତ ଅନେକ ସୁବିଧା ପ୍ରଦାନ କରେ । BSNL ଗତ ବର୍ଷ ଅଗଷ୍ଟରେ ଏହି ପ୍ଲାନ୍ ଲଞ୍ଚ କରିଥିଲା । ପରେ ଏହାକୁ ଦୀପାବଳି ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇଥିଲା । ଭାରତ ସଂଚାର ନିଗମ ଲିମିଟେଡର ଫ୍ରିଡମ୍ ଅଫର୍ ମଧ୍ୟ ଏହି ବର୍ଷ ଆରମ୍ଭରେ ପୁନଃ ଲଞ୍ଚ କରାଯାଇଥିଲା । ଏହାପରେ ପ୍ଲାନ୍ ଏବଂ ଅଫରକୁ ବନ୍ଦ କରିଦିଆଯାଇଥିଲା ।
୧ ଟଙ୍କିଆ ପ୍ଲାନ୍:
ଭାରତ ସଞ୍ଚାର ନିଗମ ଲିମିଟେଡ୍ ପୁଣି ଥରେ ଏହି ଅଫର ଘୋଷଣା କରିଛି । BSNL ଏହାର ଅଫିସିଆଲ୍ X ହ୍ୟାଣ୍ଡେଲ ମାଧ୍ୟମରେ ଏହି ୧ ଟଙ୍କା ପ୍ଲାନକୁ ଫେରାଇ ଆଣିବାର ଘୋଷଣା କରିଛି । ଏହି ପ୍ଲାନର ଲାଭ ବିଷୟରେ କହିବାକୁ ଗଲେ, ୟୁଜର୍ସମାନଙ୍କୁ ମାତ୍ର ୧ ଟଙ୍କାରେ ୩୦ ଦିନର ଭାଲିଡିଟି ମିଳିଥାଏ । ଏହା ସହିତ, ୟୁଜର୍ସମାନଙ୍କୁ ସାରା ଭାରତରେ ଅନଲିମିଟେଡ୍ କଲିଂ ଏବଂ ଫ୍ରି ନ୍ୟାସାନାଲ୍ ରୋମିଂର ସୁବିଧା ମଧ୍ୟ ମିଳିଥାଏ ।
BSNL ର ଏକ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ଏହି ୧ ଟଙ୍କା ପ୍ଲାନରେ ଦୈନିକ ୨GB ଡାଟା ସୁବିଧା ଏବଂ ୧୦୦ ଟି ଫ୍ରି SMS ମିଳିବ। ଭାରତ ସଂଚାର ନିଗମ ଲିମିଟେଡର ଏହି ପ୍ରିପେଡ୍ ପ୍ଲାନଟି ବିଶେଷ ଭାବରେ ନୂଆ ୟୁଜସଁଙ୍କ ପାଇଁ । ୟୁଜର୍ସମାନେ କେବଳ ଏହି ପ୍ଲାନର ଲାଭ ପାଇବେ ଯଦି ସେମାନେ ଅନ୍ୟ ଅପରେଟରରୁ BSNL କୁ ସେମାନଙ୍କର ନମ୍ବର MNP କରନ୍ତି ।

