ନୂଆଦିଲ୍ଲୀ : କିମ୍ବଦନ୍ତୀ ଗାୟକ ଆଶା ଭୋସଲେଙ୍କ ହୃଦଘାତ ହୋଇଥିବା ସୂଚନା ମିଳିଛି । ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ହସ୍ପିଟାଲର ଜରୁରୀକାଳୀନ ଚିକିତ୍ସା ସେବା ବିଭାଗରେ ଚିକିତ୍ସାଧୀନ ଅଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ପରିବାର କିମ୍ବା ହସ୍ପିଟାଲ ପରିଚାଳନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ପ୍ଲେବ୍ୟାକ୍ ଗାୟିକା ଆଶା ଭୋସଲେ ଭାରତୀୟ ସଙ୍ଗୀତ ଶିଳ୍ପର ଜଣେ ମହାନ ଏବଂ ବହୁମୁଖୀ କଳାକାର । ୭୦ ବର୍ଷରୁ ଅଧିକ ଅଭିଜ୍ଞତା ସହିତ, ସେ ବିଭିନ୍ନ ଭାଷା ଏବଂ ଧାରାରେ ଅଗଣିତ ଗୀତ ଗାଇଛନ୍ତି ।

