ଲମତାପୁଟ : ରେଳ ଧାରଣାରେ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ସେ ନିଜେ ଜୀବନ ହାରିଛନ୍ତି ତାହା ଅସ୍ପଷ୍ଟ ରହିଛି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁଜେଲ ଗାଁ ନିକଟ ରେଳ ଧାରଣାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ନାଁ ସୁଭାନ ରୁଙ୍ଗୁଡା । ଘର ଲମତାପୁଟ ବ୍ଲକ ସାନସାଗର ଗାଁରେ । ମୃତ ଯୁବକ ନିଜ ମାମୁ ଘରକୁ ବୁଲି ଆସିଥିଲେ । ଭୋର ସମୟରେ କିଛି ଲୋକ ଶୌଚ ପାଇଁ ଯିବା ସମୟର ରେଳ ଧାରଣା ଉପରେ ଖଣ୍ଡବିଖଣ୍ଡିତ ଶରୀର ଦେଖି ଖବର ଦେଇଥିଲେ। ତେବେ ସୁଭାନଙ୍କର କେମିତି ମୃତ୍ୟୁ ଘଟିଲା ଜଣାପଡ଼ିନାହିଁ ।
ସୂଚନା ପାଇ ରେଳ ବିଭାଗ ଆର୍ପିଏଫ୍ ଦଳ ଓ ଜିଆର୍ପିଙ୍କ ନେତୃତ୍ୱାଧୀନ ଦଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ମାଝୀ ସୂଚନା ଦେଇଛନ୍ତି । ମାମୁଘରକୁ ଆସି ଭଣଜା ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ସୁଭାନ ପାଡୁଆ ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତଦୁଇ ଛାତ୍ର ଭାବେ ଚଳିତ ବର୍ଷ ଯୁକ୍ତଦୁଇ ଶେଷ ବର୍ଷ ପରୀକ୍ଷା ଦେଇଥିଲେ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

