ବିହାର : ବିହାର ନାଳନ୍ଦାରେ ଥିବା ଏକ ମନ୍ଦିରରେ ସକାଳୁ ସକାଳୁ ଦଳାଚକଟା ଯୋଗୁଁ ୮ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଦଳାଚକଟାରେ ଅନେକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ।
ଖବର ମୁତାବକ, ନାଳନ୍ଦାରେ ଥିବା ମଘଡା ଶୀତଳା ମନ୍ଦିରରେ ସକାଳୁ ସକାଳୁ ଭିଡ଼ ଯୋଗୁଁ ଦଳାଚକଟା ସ୍ଥିତି ଦେଖାଦେଇଥିଲା । ଦଳାଚକଟାରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ପ୍ରତି ମଙ୍ଗଳବାର ପୂଜା କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ପହ୍ଚିଥିଲେ । ଆଉ ସୁରକ୍ଷା ବ୍ୟବସ୍ଥା ଠିକ୍ ନ ହେବା କାରଣରୁ ଅଧିକ ଶ୍ରଦ୍ଧାଳୁ ଯୋଗୁଁ ଦଳାଚକଟା ହୋଇଥିଲା । ଘଟଣା ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ଘଟଣା ସ୍ଥଳରେ ଏସଡିଏମ୍ ପହଞ୍ଚିଛନ୍ତି । ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

