ତିହିଡି -ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ତେନ୍ତୁଲିଡିହ ପଞ୍ଚାୟତ ଠୋକରା ଗ୍ରାମରେ ଜଣେ ନାବାଳିକାକୁ ଗର୍ଭବତୀ କରିବା ଅଭିଯୋଗରେ ଚାନ୍ଦବାଲି ଥାନାରେ ବୃଦ୍ଧ ଅଟକ। ନାବାଳିକାର ଅଭିଯୋଗ ଅନୁଯାୟୀ ଠୋକରା ଗାଁର ଦେବେନ୍ଦ୍ର ନାୟକ ତାଙ୍କୁ ଦୁଷ୍କର୍ମ ପରେ ଗର୍ଭବତୀ କରାଇଥିଲେ।ନାବାଳିକାର ଦେହ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ନିଆ ଯାଇଥିଲା। ପରେ ଡାକ୍ତରୀ ପରୀକ୍ଷା ପରେ ସେ ଗର୍ଭବତୀ ହୋଇଥିବା ଜଣା ଯାଇଛି। ଏନେଇ ନାବାଳିକାର ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ ଦୁଷ୍କର୍ମକାରୀ ବୃଦ୍ଧକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମାଇନା କରାଯିବା ସହ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

