ତିହିଡି,୩୦.୦୩: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଚନ୍ଦ୍ରକାଟବିନ୍ଧାସ୍ଥିତ ପିଏମଶ୍ରୀ ପୀରହାଟ ଶାନ୍ତି ଶୈଳେନ୍ଦ୍ର (ପିଏସଏସ) ହାଇସ୍କୁଲର ବାର୍ଷିକ ଉତ୍ସବ ଓ ପୁରଷ୍କାର ବିତରଣ ସମାରୋହ ସୋମବାର ଅନୁଷ୍ଠିତ ହୋଇଯାଇଛି ।

ବରିଷ୍ଠ ଶିକ୍ଷକ ଜୟନ୍ତ କୁମାର ମହାନ୍ତିଙ୍କ ସଞ୍ଚାଳନା ଓ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମୋଦିନୀ ବାରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୂରାତନ ଛାତ୍ର ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନାଦି ଦାସ, ମୁଖ୍ୟ ବକ୍ତାଭାବେ ପୂରାତନ ଛାତ୍ର ସଂସଦର ପ୍ରତିନିଧି ମଦନ ମୋହନ ମହାକୁଡ, ସମ୍ମାନୀତ ଅତିଥିଭାବେ କୋହ୍ଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମହାନ୍ତି, ପୂରାତନ ଛାତ୍ର ସୁରେଶ ଚନ୍ଦ୍ର ମହାକୁଡ, ଶିକ୍ଷକ ଦେବକିଶୋର ଦାଶ ଓ ପରିଚାଳନା କମିଟିର ସଭାପତି ରାମଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଦେୟ ପରାମର୍ଶ ଦେବା ସହିତ ଉତ୍ସାହିତ କରିଥିଲେ । ଶିକ୍ଷକ ଜୟନ୍ତ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମୋଦିନୀ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ବନ୍ଦନା ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ । ପିଏଶ୍ରୀ ଅନ୍ତର୍ଭୁକ୍ତ ଏହି ବିଦ୍ୟାଳୟର ବିଭିନ୍ନ ପ୍ରକାରର ଭିତ୍ତିଭୂମିର ବିକାଶ ହୋଇଥିଲେ ହେଁ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ ଅଭାବ ରହିଛି । ନିକଟ ଅତୀତରେ ହିନ୍ଦି ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିବା ପରେ ପାଠ ପଢାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି ବୋଲି ମତ ରଖିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ସେହିପରି ବର୍ଷସାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରଷ୍କାର କରାଯାଇଥିଲେ । ଅପରାହ୍ନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରା ଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ପ୍ରଜ୍ଞାସା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରଶ୍ମିତା ଧନୀ, ପ୍ରତିଭା ସିଂ, ସପନ କୁମାର ନାୟକ, ସତ୍ୟକାନ୍ତ ଦାସ, ଦୀପକ କୁମାର ଓଝା, ସରୋଜ କୁମାର ବେହେରା, ମନସ୍ୱିନୀ ମହାନ୍ତି, ଶୁଭଶ୍ରୀ ବାରିକ, ଲୀଜାରାଣୀ ବେହେରା, ମଧୁସ୍ମିତା ପାଣି, ପରମେଶ୍ୱର ସାହୁ, ମୁକ୍ତିକାନ୍ତ ନାୟକ, ଚକ୍ରଧର ଗାହାଣ, ପ୍ରଦୀପ କୁମାର ବଳ ଓ ବାସନ୍ତୀ ନାୟକ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

