ସାମ୍ବାଦିକଙ୍କୁ ଧମକ ଦେଲେ ପ୍ରାଣୀ ବିଭାଗ ଅଧିକାରୀଥାନାର ଆଶ୍ରୟ ନେଲେ ସାମ୍ବାଦିକ
ଥୁଆମୂଳ ରାମପୁର,୨୧|୩(ଆପ୍ର ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରେ ଥିବା ପ୍ରାଣୀ ବିଭାଗରେ ଦୁର୍ନୀତି ହେଉଥିବା ନେଇ ଜଣେ ସାମ୍ବାଦିକ ଗଣମାଧ୍ୟମ ରେ ଖବର ପ୍ରକାଶ କରିବା ପରେ ଥୁଆମୂଳ ରାମପୁର ଅଞ୍ଚଳର ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ଗାଳିଗୁଳଜ ସହ ଧମକ ଦେବା ଅଭିଯୋଗ ହେବା ଘଟଣା ସାଧାରଣ ରେ ଉଦବେଗ ର ବିଷୟ ହୋଇଛି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ପୀଡ଼ିତ ସାମ୍ବାଦିକ ଥାନାର ଆଶ୍ରୟ ନେଇଛନ୍ତି । ଅଭିଯୋଗ ଅନୁସାରେ, ସ୍ଥାନୀୟ ବାସିନ୍ଦା ଏବଂ ସାମାଜିକ ଗଣମାଧ୍ୟମ ପ୍ରତିନିଧି କୈଳାଶ ଛତ୍ରିଆ ଜାଗେସପଦରକୁ ଯାଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକର ଭେଟନାରୀ ଅଧିକାରୀ ଛବିଳ ମାଝୀ ଏବଂ ସହକର୍ମୀ ସଂଜୟ କାଲସି ତାଙ୍କୁ ରାସ୍ତାରେ ଅଟକାଇ ଅଭଦ୍ର ଭାଷାରେ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଛି।
ଏହା ସହିତ ସେମାନେ ସାମ୍ବାଦିକଙ୍କୁ ନ୍ୟୁଜ୍ ପ୍ରକାଶ ଓ ସୂଚନା ଅଧିକାର ତଥ୍ୟ ମାଗିବାକୁ ନେଇ ଅସନ୍ତୋଷ ପ୍ରକାଶ କରି, ଜୀବନରେ ମାରି ଦେବା ସହିତ ମିଥ୍ୟା ମାମଲାରେ ଫସାଇଦେବା ପର୍ଯ୍ୟନ୍ତ ଧମକ ଦେଇଥିବା ଅଭିଯୋଗ ରହିଛି।।
ପୀଡ଼ିତଙ୍କ କହିବା ଅନୁସାରେ, ଏହି ଘଟଣା ପରେ ସେ ନିଜ ଜୀବନ ପ୍ରତି ଆଶଙ୍କା ଅନୁଭବ କରୁଛନ୍ତି ଏବଂ ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଥାନା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।ଏପର୍ଯ୍ୟନ୍ତ ଏହି ଘଟଣା ନେଇ ଭେଟନାରୀ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

