ଶୁକ୍ରବାର ଅପରାହ୍ନ ୪ ଘଟିକା ସମୟରେ ବାଲେଶ୍ଵର ଜିଲ୍ଲା ଯୁବ ମୋର୍ଚ୍ଚା ତରଫରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।

ନବନିଯୁକ୍ତ ଜିଲ୍ଲା ବିଜେପି ଯୁବ ସଭାପତି ନାରାୟଣ ମହନ୍ତ (ମୁନା) ଙ୍କୁ ସ୍ଵାଗତ ନିମନ୍ତେ ଆୟୋଜିତ ଏହି ରାଲିରେ ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ଶଶିକାନ୍ତ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ନନ୍ଦଙ୍କୁ ବାଲେଶ୍ଵର ଆଇ.ଟି.ଆଇ. ଛକ ନିକଟରେ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା।

ଏହା ପରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ପୋଲିସ ଲାଇନ ଛକ, ଷ୍ଟେସନ ଛକ, ଫକୀରମୋହନ ଗୋଲେଇ, ବସ ଷ୍ଟାଣ୍ଡ, ରେମୁଣା ଗୋଲେଇ ହୋଇ ରେମୁଣା ହାତିଆଗଣ୍ଡ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ଭବ୍ୟ ରାଲିକୁ ରେମୁଣା ଗୋଲେଇ ନିକଟରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଫୁଲ ବର୍ଷା ଏବଂ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ଏହି ବାଇକ୍ ଶୋଭାଯାତ୍ରାରେ ବାଲେଶ୍ଵର କୋଣ ଅନୁକୋଣରୁ ଶହ ଶହ ଯୁବ କାର୍ଯ୍ୟକର୍ତ୍ତା ଯୁଗ ଦେଇ ନୂତନ ସଭାପତିଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।

