ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ଖବର ଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ମୈଦଲପୁର ଥାନା ଅଧୀନ ହାଟପଦା ନିକଟରେ ସକାଳ ଭୋର ସମୟରେ ଦୁଇ ଜଣ ଗଂଜେଇ ନେଉଥିବା ବେଳେ ପୋଲିସ ହାବୁଡ଼ରେ ପଡିଥିଲେ l ଅଭିଯୁକ୍ତ ଦ୍ୱୟ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ବାଗବେଡା ଗ୍ରାମର ସୁରେଶ ମାଝୀ ଓ ଧନେଶ୍ୱର ହରିଜନ l ସେମାନଙ୍କ ଠାରୁ ୩୯ କେଜି ଗଂଜେଇ, ଦୁଇଟି ମୋବାଇଲ ଓ ଦୁଇ ହଜାର ପଚାଶ ଟଙ୍କା ଜବତ ହୋଇଛି l ମୈଦଲପୁର ପୋଲିସ ଭୋର ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୈଦଲପୁର ସାପ୍ତାହିକ ହାଟପଦା ନିକଟରେ ଦୁଇ ଜଣ ବ୍ୟକ୍ତି ୪ ଟି ଏୟାର ବ୍ୟାଗ ଧରି ଆନ୍ଧ୍ରପ୍ରଦେଶ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ l ପୋଲିସ ସନ୍ଦେହ କରି ପଚରାଉଚରା କରି ବ୍ୟାଗ ଯାଞ୍ଚ କରିଥିଲେ l ବ୍ୟାଗ ଭିତରୁ ଦଶ ଗୋଟି ଜରି ପ୍ୟାକେଟ ରେ ଗଂଜେଇ ବାହାରିଥିଲା, ଏନେଇ ମୈଦଲପୁର ଥାନା ରେ ମାମଲା ରଜୁ ହୋଇଛି l

