ବରାଙ୍ଗ: ମାତିଲେ ଗ୍ୟାସ ଚୋର । ଘରୁ ଟେକିନେଲେ ସିଲିଣ୍ଡର୍ । ସିସିଟିଭିରେ କଏଦ ହେଲା ଚୋର କଳା କାରନାମା । ବାରଙ୍ଗ ଥାନା ବଛିପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଘରେ କେହି ନଥିବାର ସୁଯୋଗ ନେଇ ଦିହିପହରେ ଘରେ ପଶି ସିଲିଣ୍ଡର ଧରି ଚମ୍ପଟ ମାରିଲା ଚୋର । ଲୁଟର ଶିକାର ହୋଇଛନ୍ତି ମଥୁରାନନ୍ଦ ସାହୁ । ଦେଖନ୍ତୁ କିପରି ସୁଯୋଗ ଦେଖି ଗ୍ୟାସ ସିଲିଣ୍ଡର ଟେକି ନେଉଛି ଚୋର । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି।
ସୂନାଯୋଗ୍ୟ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଏଲପିଜି ସିଲିଣ୍ଡର ଅଭାବ ଦେଖାଦେଇଛି । ଯାହା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର କହୁଛନ୍ତି ଦେଶରେ ପର୍ଯ୍ୟାପ୍ତ ରହିଛି ଗ୍ୟାସ୍ ସିଲିଣ୍ଡର । କିଛି ଅସାଧୁ ବ୍ୟବସାୟୀ ଗ୍ୟାସର କଳାବଜାରୀ କରୁଛନ୍ତି । ଏପରିକି ବେଆଇନ ଭାବେ ଗଚ୍ଛିତ ରଖୁଛନ୍ତି । ଆଉ ଏହାରି ଭିତରେ ଜଣେ ବ୍ୟକ୍ତିଙ୍କ ଘରୁ ୫୫ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି ।

