ପାରାଦୀପ: ରୋଚକ ମୋଡ଼ରେ ରାଜ୍ୟସଭା ନିର୍ବାଚନ । ପାରାଦୀପରେ ବିଜେପି ବିଧାୟକ । ନିର୍ବାଚନ ପାଇଁ ପାରାଦ୍ୱୀପରେ ହେବ ଟ୍ରେନିଂ କ୍ୟାମ୍ପ । ନିର୍ବାଚନ ପାଇଁ ତିଆରି ହେବ ଷ୍ଟ୍ରାଟେଜି । ଗତକାଲି ରାତିରେ ଭୁବନେଶ୍ବରରୁ ବାହାରି ପାରାଦୀପରେ ପହଂଚିଛନ୍ତି ବିଜେପି ବିଧାୟକ। ୩ଟି ବସରେ ପାଖାପାଖି ୭୦ରୁ ଉର୍ଦ୍ଧ ବିଧାୟକ ଯାଇଛନ୍ତି। ବିଳମ୍ବିତ ରାତି ୧୨ଟା ୩୦ରେ ପ୍ରଥମ ବସ୍ ପହଂଚିଥିଲା । ୧୨ଟା ୪୦ରେ ଦ୍ବିତୀୟ ଓ ୧୨ଟା ୫୦ରେ ତୃତୀୟ ବସ ପହଂଚିଥିଲା ।
ଅନ୍ୟ ବିଧାୟକ ଆଜି ପହଂଚିବାର କାର୍ଯ୍ୟକ୍ରମ ରହଛି । ଏକ ତାରକା ହୋଟେଲରେ ପହଂଚିବା ପରେ ବିଧାୟକଙ୍କୁ ସ୍ବାଗତ କରିଥିଲେ ବିଜେପି କର୍ମୀ । ଏହି ହୋଟେଲରେ ନବାଗତ ବିଧାୟକଙ୍କୁ ରାଜ୍ୟସଭା ଭୋଟିଂର ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ବିଜେପିର ସମସ୍ତ ବିଧାୟକ ପହଂଚିବା ପରେ ଆଜି ଦିନ ତମାମ ବିଭିନ୍ନ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯିବ । ଆସନ୍ତାକାଲି ସକାଳୁ ବିଧାୟକ ମାନେ ହୋଟେଲରୁ ସିଧା ବିଧାନସଭା ପରିସରରେ ପହଞ୍ଚି ରାଜ୍ୟସଭା ଭୋଟିଂରେ ଭାଗ ନେବେ ।
ଚତୁର୍ଥ ସିଟ୍ ପାଇଁ କଡ଼ା ଟକ୍କର। କିଏ ଜିତିବ ରାଜ୍ୟସଭା ଲଢ଼େଇ? ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି । ସବୁ ବିଧାୟକ ପାରାଦୀପ ସିଫ୍ଟ । ଚତୁର୍ଥ ଆସନଟିକୁ ଜିତିବା ପାଇଁ ଦଳ କୌଣସି ବିପଦ ନେବାକୁ ଚାହୁଁନାହିଁ । ଶନିବାର ବିଳମ୍ବିତ ରାତିରେ ବିଜେପିର ସମସ୍ତ ବିଧାୟକ, ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ୩ଟି ସ୍ୱତନ୍ତ୍ର ବସରେ ଭୁବନେଶ୍ୱର ଯାଇ ପାରାଦୀପରେ ପହଂଚିଛନ୍ତି। ପାରାଦୀପର ଏକ ପ୍ରତିଷ୍ଠିତ ହୋଟେଲରେ ସେମାନଙ୍କୁ ରଖାଯାଇଛି । ରାଜ୍ୟସଭା ଭୋଟ୍ ଦେବାର ପଦ୍ଧତି ସାମାନ୍ୟ ଜଟିଳ।
ଗୋଟିଏ ବି ଭୁଲ୍ ଭୋଟ୍ ଦଳକୁ ଅସୁବିଧାରେ ପକାଇପାରେ । ସେଥିପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଧାୟକମାନଙ୍କୁ ଆଜି ଦିନସାରା ତାଲିମ ଦିଆଯିବ । ଚତୁର୍ଥ ଆସନ ପାଇଁ ଲଢ଼େଇ ଖୁବ୍ କମ୍ ଭୋଟ୍ ବ୍ୟବଧାନରେ ହେବାକୁ ଯାଉଛି । ତେଣୁ ବିଧାୟକମାନଙ୍କ ମଧ୍ୟରେ ଏକତା ବଜାୟ ରଖିବା ଏବଂ ରଣନୀତି ପ୍ରସ୍ତୁତ କରିବା ପାଇଁ ଏହି ‘ଶିବିର’ ଆୟୋଜନ କରାଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ମହାରାଷ୍ଟ୍ରର ମନ୍ତ୍ରୀ ଚନ୍ଦ୍ରଶେଖର ବାୱନକୁଲେ ଏବଂ ଅନ୍ୟ ପ୍ରମୁଖ ନେତାମାନେ ବିଧାୟକମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି ।

